You are currently viewing ଠିକାଦାର ନେଲେ ଟଙ୍କା , ବନ୍ଧା ପଡ଼ିଲା ଶ୍ରମିକ , ଶେଷରେ ପୋଲିସ ଦ୍ଵାରା ଉଦ୍ଧାର ।
ଠିକାଦାର ନେଲେ ଟଙ୍କା , ବନ୍ଧା ପଡ଼ିଲା ଶ୍ରମିକ , ଶେଷରେ ପୋଲିସ ଦ୍ଵାରା ଉଦ୍ଧାର ।

ସାନଖେମୁଣ୍ଡି ୨୩/୦୩ -:- ପାଟପୁର ଥାନା ଅର୍ନ୍ତଗତ ଚୁଡ଼ଙ୍ଗପୁର ପଞ୍ଚାୟତର ପଳାସପୁର ଗ୍ରାମର ଆଖ ପାଖ ଅଞ୍ଚଳରୁ ୭ ଶ୍ରମିକଙ୍କୁ ଉଚ ମଜୁରିଆ ପ୍ରଲୋଭିତ କରି ସ୍ଥାନୀୟ ଗଙ୍ଗାପୁରର ଠିକାଦାର ଲବ ବାଇକ ସୁଦୂର ମହାରାଷ୍ଟ୍ରର ପୁନେର ସେଣ୍ଟ୍ରାଲ ପାର୍କ ବିଲ୍ଡିଂ ମାଲିକ ଙ୍କ ନିକଟରେ ନିୟୋଜିତ କରିଥିଲା । ଏହି ବାବଦକୁ ମାଲିକଙ୍କ ଠାରୁ ଲବ କାଇକ ୩ ଲକ୍ଷ୍ୟ ୫୦ହଜାର ନେଇଯାଇଥିଲା ତେବେ ଶ୍ରମିକ ମାନେ କାମକରିବାର ମାସକ ପରେ ମଜୁରୀ ମାଗିବାରୁ ବିଲଡିଂ ମାଲିକ ଦେଲେନାହିଁ।ତୁମକୁ ଯିଏ ଆଣିଛି ସେ ତୁମର ସମସ୍ତ ଟଙ୍କା ନେଇଯାଇଛି। ଏଠୀ ଖାଇବ କାମକରିବ ମଜୁରୀ ନାହିଁ। ଦାଦନଶ୍ରମିକ ଚିନ୍ତା କଲେ ଦିନ ସାରା ମୁଣ୍ଡର ଝାଳ ତୁଣ୍ଡ ରେ ମାରି କାମକରିବୁ ମଜୁରୀ ନାହିଁ।୭ଜଣ ଙ୍କ ମଧ୍ୟରୁ ୬ ଜଣ ଲୁଚି ଚାଲିଆସିଲେ କିନ୍ତୁ ପଳାସପୁର ଗ୍ରାମର ଶିବ ନାଇକ ମୁକୁଳି ପାରିନାହାନ୍ତି।ଅନ୍ୟମାନେ ଚାଲିଗଲା ପରେ ଶିବ ନାଇକ କୁ ୩ ଲକ୍ଷ୍ୟ ୫୦ହଜାର ଟଙ୍କା ମାଗିଥିଲେ ବିଲ୍ଡିଙ୍ଗ ମାଲିକ ଘରକୁ ଖବର ଦେଇ ଟଙ୍କା ମାଗିବା ପାଇଁ କହିଥିଲେ।ଯଦି ଟଙ୍କା ନମିଳେ କିଡିନି ବାହାର କରିବା ପାଇଁ ଧମକ ଦେବା ସହ ମାଡ଼ ମରୁଥିଲେ।

ଏନେଇ ଶିବ ବାପା ନିରଞ୍ଜନ ନାଇକ ଙ୍କୁ ଖବର ଦେବା ପରେ ନିରଞ୍ଜନ ପାଟପୁର ପୋଲିସ ର ଆଶ୍ରୟ ନେଇଥିଲେ ।ଯାହାକି ପାଟପୁର ପୋଲିସ ପକ୍ଷରୁ ଏକ ଟିମ୍ ମହାରାଷ୍ଟ୍ର ପୁଣେ ଯାଇ ସେଠାକାର ପୋଲିସ ସହାୟତାରେ ଉକ୍ତ ସେଣ୍ଟ୍ରାଲ ପାର୍କ ବିଲ୍ଡିଙ୍ଗି ପହଞ୍ଚି ଶିବ ନାଇକ କୁ ଉଦ୍ଧାର କରି ଓଡ଼ିଶା ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ପହଞ୍ଚିବା ପରେ ଶିବ ର ବାପା ମାଆ ଥାନାକୁ ଆସି ପୁଅକୁ ନେଇଥିଲେ ଏନେଇ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।