ଆସିକା ୨୭/୦୩(ଶକ୍ତି ପ୍ରସାଦ କର) ଆଜି ବିଜୁ ଜନତା ଦଳ ପକ୍ଷରୁ ଆସିକା ସାଂସଦ ରୂପେ ରଞ୍ଜିତା ସାହୁଙ୍କ ନାମ ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ତାଙ୍କ ନିକଟକୁ ବିଜୁ ଜନତା ଦଳ କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିଛି l ରଞ୍ଜିତା ଜଣେ ଉଚ୍ଚ ଶିକ୍ଷିତା ସହ ରାଜନୈତିକ ପରିବାର ରୁ ଆସିଛନ୍ତି l ତାଙ୍କୁ ବିଜେଡି ସାଂସଦ ଟିକେଟ ମିଳିବା ପରେ ଆସିକା, ହିଞ୍ଜିଳିକାଟୁ, ସାନଖେମୁଣ୍ଡି, କବିସୂର୍ଯ୍ୟନଗର,ଖଲ୍ଲିକୋଟ,ପୋଲସରା,ସୋରଡ଼ା ଆଦି ଅଞ୍ଚଳରୁ ତାଙ୍କ ଶହଶହ ସମର୍ଥକ ତାଙ୍କ ନିକଟରେ ପହଞ୍ଚି ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣେଇଛନ୍ତି l ରଞ୍ଜିତା ନିଜ ବକ୍ତବ୍ୟରେ କହିଛନ୍ତି ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ତାଙ୍କ ଉପରେ ଯେଉଁ ଭରସା ରଖି ତାଙ୍କୁ ସାଂସଦ ଟିକେଟ ଦେଇଛନ୍ତି ସେ ସେହି ଭରସା କୁ କାୟମ ରଖି ବିପୁଳ ଭୋଟରେ ବିଜୟୀ ହେବେ l ପ୍ରକାଶ ଥାଉକି ଆସିକା ଏକ ସମ୍ବେଦଶିଳା ଅଞ୍ଚଳ ଅଟେ ଏଠାରୁ ବିଜେଡି ସୁପ୍ରିମୋ ତାଙ୍କ ରାଜନୀତି ଆରମ୍ଭ କରିଥିଲେ l ତେଣୁ ସବୁବେଳେ ଆସିକା ଚର୍ଚାରେ ରହିଆସୁଛି l

