ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଶ୍ରମ ସମ୍ମିଳନୀର 112 ତମ ଅଧିବେଶନରେ ଭାରତୀୟ ପ୍ରତିନିଧୀଙ୍କ ସଦସ୍ୟ ଭାବରେ ଅଂଶଗ୍ରହଣ କରିବାକୁଡ,ଦୀପକଜୟ ସୱାଲ ଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁମନୋନୀତ କରାଯାଇଛି । ଡ. ଜୟସୱାଲ କହିଛନ୍ତି ଯେଏହିସମ୍ମାନଜନକ ପ୍ରତିନିଧିତ୍ୱ ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, ଭାରତ ସରକାର ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଙ୍କୁ କୃତଜ୍ଞତାଜଣାଉଛିଏହିଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ N F I T U (DHN) ର ଭାରତ ତରଫରୁ ପ୍ରତିନିଧିତ୍ଵ କରିବା ଏକ ଗର୍ବ , ଗୌରବ ଓ ସମ୍ମାନର ବିଷୟ ଅଟେ | 1919 ପରଠାରୁ ଭାରତ ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ମିଳିତ ଜାତିସଂଘ) ର ପ୍ରତିଷ୍ଟିତ ସଦସ୍ୟ ଭାବରେ କାର୍ଯ୍ୟ କରିଆସୁଛି।

ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଜେନେଭାରେ ମିଳିତ ଜାତିସଂଘ କାର୍ଯ୍ୟାଳୟର ଗ୍ରାଣ୍ଡ ଅଡିଟୋରିୟମରେ ଅନୁଷ୍ଠିତ ହେଉଛିଏହିକାର୍ଯ୍ୟକ୍ରମଅବସରରେ ଡକ୍ଟର ଜୟସୱାଲଙ୍କୁ 4 ଜୁନ୍2024ରେସ୍ୱିଜରଲ୍ୟାଣ୍ଡରେ କାର୍ଯ୍ୟରତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରବିନ୍ଦ ବାଗଚି ମହୋଦୟ ଜେନେଭା ର ଦୂତାବାସକୁ ନିମନ୍ତ୍ରଣକରିଛନ୍ତି। ସେହି ଠାରେଦେଶରରାଜନୀତି ଓ କୁଟନିତି ପ୍ରସଙ୍ଗ ଉପରେ ଆଲୋଚନା ହେବ। ILO ର 112ତମ ଅଧିବେଶନରେ ବିଶ୍ଵ ଶ୍ରମିକଜଗତ କ୍ଷେତ୍ରରେସୁରକ୍ଷା ଏବଂ ଶ୍ରମିକମାନଙ୍କ ଅଧିକାର ବିଷୟରେ ଆଲୋଚନା ଓ ନିତୀଗତ ନିଷ୍ପତ୍ତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ଅଟେ ଏବଂ ଏହି କାର୍ଯ୍ୟକ୍ରମରେ ବିଶ୍ଵର 187 ଦେଶ ରୁ ଅଧିକ ଦେଶର ସରକାରୀ ପ୍ରତିନିଧି ଅଂଶ ଗ୍ରହଣ କରିବେ । ଏହିପରି 100ରୁ ଅଧିକ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯୋଗ ଦେବାର ସମ୍ଭାବନା ରହିଛି। ଶ୍ରମିକମାନଙ୍କ ଆସ୍ଥା ସୃଦୃଢ଼କରିବାଏବଂଅନ୍ତର୍ଜାତୀୟ ଶ୍ରମ ମାନଦଣ୍ଡ କୁ ପ୍ରୋତ୍ସାହିତ କରିବା ଏହି ସମ୍ମିଳନୀ ର ଉଦେଶ୍ୟ ଏହି ସମ୍ମିଳନୀ ରେ ବିଭିନ୍ନ ଦେଶରୁ ଅଂଶ ଗ୍ରହଣ କରୁଥିବା ସଦସ୍ୟ ମାନଙ୍କ ପାଇଁଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସୁଯୋଗ,ଯେଉଁଠାରେ ସେମାନେ ସେମାନଙ୍କଅଭିଜ୍ଞତା ଓ ଚିନ୍ତାଧାରା ବିନିମୟକରି ପାରିବେ, ଓ

ଶ୍ରମସମ୍ବନ୍ଧୀୟ ସମସ୍ୟା ଓ ଏହାରସମାଧାନର ବିକଳ୍ପ ଖୋଜି ପାରିବେ । ଏହି ସମ୍ମିଳନୀ ରେ ଶ୍ରମ ଜଗତର ସମସ୍ୟା ର ସମାଧାନ ତଥା ଶ୍ରମ ଅଧିକାର ସୁନିଶ୍ଚିତ କରିବା ରେ ଆମ ଦେଶ ପାଇଁ ମାଇଲ୍ ଖୁଣ୍ଟ ହେବ ବୋଲି NFITU ର ମାନ୍ୟବର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତଡଃ.ଦୀପକଜୟସୱାଲ ଆତ୍ମବିଶ୍ବାସ ବ୍ୟକ୍ତ କରିଛନ୍ତି। ଏହି ଅବସରରେ NFITU (DHN) ଏବଂ HMKP (ଓଡ଼ିଶା ରାଜ୍ୟ)ର ସମସ୍ତ ପଦାଧିକାରୀ ଗଣ ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କୁଶୁଭେଚ୍ଛାଜଣାଇଛନ୍ତି।
ଉପରୋକ୍ତ ସୁଚନା ରାଜ୍ୟ ସାଧାରଣ ସମ୍ପାଦକ (ଓଡ଼ିଶା) ଶ୍ରୀ ଶରତ କୁମାର ନାହାକ ଓ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ତ୍ରୀପାଠୀ ସୁଚନା ଦେଇଛନ୍ତି। ରିପୋର୍ଟ ପ୍ରସନ୍ନ କୁମାର ଦାସ
