You are currently viewing ଖଲ୍ଲିକୋଟ ରେ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଖଲ୍ଲିକୋଟ ରେ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଖଲ୍ଲିକୋଟ :16/6 ରାଜ୍ୟ ବିଜେପି ସରକାର ରେ ନୂତନ ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ ) ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଖଲ୍ଲିକୋଟ ରେ ଭବ୍ୟ ସହ ସହ ବିଜେପି ନେତା ଓ କର୍ମୀ ମାନେ ଭବ୍ୟ ସମ୍ବର୍ଦ୍ଧନାଜଣାଇଥିଲେ |ମନ୍ତ୍ରୀ ଶ୍ରୀ ମଲ୍ଲିକ ଭୁବନେଶ୍ୱର ଠାରୁ ଅଶି ଖଲ୍ଲିକୋଟ ରେ ପହଂଚିବା ପରେ ତାଙ୍କୁ ପୁଷ୍ପ ଗୁଛି ଦେଇ ବାଣ ଫୁଟାଇ ସମ୍ବର୍ଦ୍ଧନା ଜଣାଇଥିଲେ |ମନ୍ତ୍ରୀ ଙ୍କୁ ଏକ ଶୋଭା ଯାତ୍ରା ରେ ଖଲ୍ଲିକୋଟ ବସ ଷ୍ଟାଣ୍ଡ ଠାରୁ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ପହଂଚି ପୂଜା ଅର୍ଚନା କରି ଉପସ୍ଥିତ ଜନସାଧାରବ ଙ୍କୁ ଭେଟିଥିଲେ |

ମନ୍ତ୍ରୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ବିଜେପି ସରକାର ରେ ଗଞ୍ଜାମ କୁ ସ୍ୱତନ୍ତ୍ର ଫୋକସ ଦେବା ଗଞ୍ଜାମ ର କୃଷକ, କୃଷି ଓ ବେରୋଜଗାରୀ ଓ ଦାଦନ ସମସ୍ୟା ର ସମାଧାନ ସହ ମୁଖ୍ୟତଃ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରି ଆୟତ୍ତ କୁ ଅଣାଯିବ କରଣ ଗଞ୍ଜାମ ରେ ଦିନ ଦ୍ୱି ପ୍ରହର ରେ ହତ୍ୟା, ରାଜନୈତିକ ଆକ୍ରମଣ ବୃଦ୍ଧି ପାଉଛି |ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ ରେ ବିଳମ୍ବ ଘଟୁଥିବା ନେଇ ପ୍ରଶ୍ନ ରେ ଉତ୍ତର ଦେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ପ୍ରକାଶ କରିଥିଲେ |ମନ୍ତ୍ରୀ ଙ୍କ ଗ୍ରସ୍ତ ସମୟ ରେ ମୃତ ଦିଲୀପ ପାହାନ ର ପତ୍ନୀ ଓ ଭଉଣୀ ମନ୍ତ୍ରୀ ଙ୍କ ଗୋଡ ତଳେ ପଡ଼ି ନ୍ୟାୟ ମାଗିଥିଲେ ଓ ମନ୍ତ୍ରୀ ଯଥାର୍ଥ ନ୍ୟାୟ ମିଳିବା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ଅବଗତ ଅଛନ୍ତି ବୋଲି ଆଶ୍ୱାସନା ଦେଇଥିଲେ |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ