କଟକ : ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିୟମିତ ସେବା ସହାୟତା ପ୍ରଦାନ କରାଯାଉଛି । କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନାଗପୁର ଠାରେ କିଛି ଯୁବକ ଏକ ବୃଦ୍ଧ ଙ୍କୁ ଠାବ କରିଥଲେ। ସେହି ବୃଦ୍ଧ ଜଣକ ଏକ ପରିତ୍ୟକ୍ତ ଗୃହ ରେ ପଡ଼ି ରହିଥିଲେ। ବୟସ ପାଖାପାଖି ୮୦ ଛୁଇଁଲାଣି। ତାଙ୍କର ନାମ ଫକୀର ମହାରଣା।ତାଙ୍କ ପାଖରେ ନା ଅଛି ଘର ନା ବସ୍ତ୍ର ନା ଖାଦ୍ୟ ର ବ୍ୟବସ୍ଥା। ସେହି ଯୁବକ ମାନେ ସଂଗେସଂଗେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତିଙ୍କ ସହ ଆଲୋଚନା କରିଥିଲେ । ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ତାଙ୍କର ପିଲାମାନଙ୍କୁ ନେଇ ସେହି ସ୍ଥାନର ତଦନ୍ତ କରିବା ପରେ ଆବଶ୍ୟକ ମୁତାବକ ଜିନିଷ ଯୋଗାଇ ଦେଇଥିଲେ। ଟ୍ରଷ୍ଟ ପକ୍ଷରୁ ଏହି ବୃଦ୍ଧଙ୍କ ପାଇଁ ବସ୍ତ୍ର ସହ ଖାଦ୍ୟ ଉପଯୋଗୀ ପଦାର୍ଥ ଯୋଗାଇ ଦିଆଯାଇଛି। ଏହା ଦେଖି ସ୍ଥାନୀୟ ବାସିନ୍ଦା ମାନେ ଟ୍ରଷ୍ଟର ପ୍ରଶଂସା କରିଛନ୍ତି। ଆଜି ର କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ ନବିନା ରାଉତ, ତପନ କୁମାର ନାଥ, ଜଗବନ୍ଧୁ ବେହେରା ଓ ମନୋଜ କୁମାର ରାଉତ ।
