ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ବିରାଜିତ ଥିବା ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜିତ ଶୈବ ପୀଠ ଶ୍ରୀ ତୁମ୍ବେଶ୍ୱର ମନ୍ଦିର ର ଉର୍ନ୍ନତି ସହିତ ସୁପରି ଚାଳନା ନିମନ୍ତେ ସେହି ଗ୍ରାମର ପଦ୍ମ ଚରଣ ପଟନାୟକ ଯିଏକି ହାଇକୋର୍ଟ ର ଜଣେ ବରିଷ୍ଟ ଓକିଲ ଅଛନ୍ତି ସେ ଦେବୋତ୍ତର କମିଶନରଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ | ଏବଂ ପ୍ରଭୁ ଶ୍ରୀ ତୁମ୍ବେଶ୍ୱର ଠାକୁରଙ୍କ ବହୁବିଧ ଉର୍ନ୍ନତି ସହ ଜିଲ୍ଲା ଓ ରାଜ୍ୟର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ସହିତ ଏହି ପୀଠର ବିକାଶ ପାଇଁ ଜଣେ ପ୍ରଶାସନିକ ଅଧିକାରୀ ବିଶେଷ କରି ତହସିଲଦାରଙ୍କୁ ମନ୍ଦିର ଟ୍ରଷ୍ଟି ଭାବେ ନିଯୁକ୍ତି ଦେବାପାଇଁ ଶ୍ରୀଯୁକ୍ତ ପଟନାୟକ ରାଜ୍ୟ ଦେବୋତର ବିଭାଗର କମିଶନର ଙ୍କୁ ଏଥିପାଇଁଏକଲିଖିତ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇ ଥିଲେ | ଏହି କଥାକୁ ଆଲୋଚନା ଓ ପର୍ଯ୍ୟ ଲୋଚନା କରି ଦେବୋତ୍ତର କମିଶନର ଶେଷ ସିଦ୍ଧାନ୍ତ ରେ ପହଞ୍ଚି ତୁମ୍ବେଶ୍ୱର ମନ୍ଦିର ଟ୍ରଷ୍ଟ ରୂପେ ତହସିଲଦାର ଙ୍କୁ ରଖିବା ନିମନ୍ତେ ଏକ ନିର୍ଦ୍ଧେଶ ନାମା ପ୍ରକାଶ କରି ଛନ୍ତି | ଯାହାର ଚିଠି ସଂଖ୍ୟା 665 ଏବଂ ଅର୍ଡର ନଂ 5662/1164, ଅଟେ | ଏବଂ ମେମୋ ନଂ ହେଉଛି 5663 ଓ ତାରିଖ ହେଉଛି 23/07/24, ଏହାର ଚିଠି ତହସିଲଦାର ଙ୍କ ପାଖକୁ ମଧ୍ୟ ଆସିଯାଇଛି |

ତେବେ ଏଣ୍ଡୋମେଣ୍ଟ କମିଶନର ଙ୍କ ପଦକ୍ଷେପ କୁ ଆଞ୍ଚଳ ର ଜନ ସାଧାରଣ ସ୍ୱାଗତ କରିବା ସହ ତାଙ୍କୁ ପ୍ରଭୁ ତୁମ୍ବେଶ୍ୱର ଦୀର୍ଘାୟୁ କରି ରଖନ୍ତୁ ବୋଲିତୁମ୍ବରେଶ୍ୱର ଙ୍କ ପାଖେ ପାର୍ଥନା କରିଛନ୍ତି | ଏହା ସହିତ ପୁରୁଷୋତ୍ତମପୁର ତହସିଲଦାର ଥିବା ଲୋପା ମୁଦ୍ରା ରଥ ତୁମ୍ବେଶ୍ୱର ଙ୍କ ଟ୍ରଷ୍ଟଭାବେ ନିଯୁକ୍ତିହେବା ପରେ ଲୋକମାନେ ବିଶେଷ କରି ପ୍ରତାପୁର ଗ୍ରାମବାସୀ, ସେବାୟତ ମାନେ ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇ ଛନ୍ତି | ଜଣେ ପ୍ରଶାସନିକ ଅଧିଜାରୀ ତଥା ମାଜିଷ୍ଟେଟ ଦାୟିତ୍ୱ ରେ ରହିବା ପରେ ମନ୍ଦିର ର ନୀତିକାନ୍ତିପରିଷ୍କାରପରିଛର୍ଣ୍ଣତା ସହିତଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ସବୁ ପ୍ରକାର ସୁବିଧା, ସହଯୋଗ ଯୋଗାଇବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ରେ ମଧ୍ୟ ବହୁ ସୁଧାର ଆସି ପାରିବ ବୋଲି ଜନ ସାଧାରଣ ଙ୍କ ଅତୁଟ ବିଶ୍ୱାସ ରହିଛି | ଏବଂ ଏହି କାର୍ଯ୍ୟ ପାଇଁ ପ୍ରସ୍ତାବ ଦେଇ ଥିବା ପଦ୍ମ ଚରଣ ପଟନାୟକ( କମା ) ବାବୁଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ସମସ୍ତେ ଜଣାଇ ଛନ୍ତି | ଏହା ପୂର୍ବରୁ ତୁମ୍ବେଶ୍ୱରମନ୍ଦିର ର ଟ୍ରଷ୍ଟ ଭାବେ ପୁରୁଷୋତ୍ତମପୁର ଏନଏସି ର ଅଶୋକ କୁମାର ସାମନ୍ତରା ଦାୟିତ୍ୱନେଇଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
