You are currently viewing ନ୍ୟାୟ ଦାବି କରି ଶଶୁର ଘର ଆଗରେ ବୋହୁର ଧାରଣା ଘଟଣା, ବୋହୁର ଧାରଣା ପ୍ରତ୍ୟାହୂତ l
ନ୍ୟାୟ ଦାବି କରି ଶଶୁର ଘର ଆଗରେ ବୋହୁର ଧାରଣା ଘଟଣା, ବୋହୁର ଧାରଣା ପ୍ରତ୍ୟାହୂତ l

ମୁନିଗୁଡା, ୬/୯

ମୁନିଗୁଡାର ମୁଖ୍ୟ ରାସ୍ତାରେ ଗତ ୧ ତାରିଖରୁ ନ୍ୟାୟ ଦାବି କରି ଶଶୁର ଘର ଆଗରେ ବୋହୁ ଧାରଣା ଦେଇଥିବା ଘଟଣାରେ ଗତକାଲି ରାତିରେ ବୋହୁର ଧାରଣା ପ୍ରତ୍ୟାହୂତ ହୋଇଥିବା ଜଣାପଡିଛି l ଏନେଇ ମୁନିଗୁଡାର ସମାଜସେବୀ ପ୍ରମୋଦ କୁମାର ସାହୁକାରଙ୍କ ନେତୃତ୍ୱରେ ବୋହୁର ଭାଇ ଜିତୁ କୃଷ୍ଣ ପ୍ରଧାନ, ସମାଜସେବୀକା ସୁଶୀଳା ସରାଫ, ଗୋବିନ୍ଦ ଦାସ,ବି.କେ.ଦାସ,ତ୍ରିନାଥ ସ୍ୱାଇଁ,ଆଇନଜୀବୀ ପ୍ରମୁଖଙ୍କ ସମେତ କିଛି ଭଦ୍ରବ୍ୟକ୍ତି ଓ ଏକ ପ୍ରତିନିଧି ମଣ୍ଡଳୀ ଏବଂ ବୋହୁ ଚିତ୍ରଲେଖା ସ୍ୱାଇଁ,ଶଶୁର କାମରାଜ ସ୍ୱାଇଁ,ଶାଶୁ ମିନତୀ ସ୍ୱାଇଁ, ଦିଅର କୈଳାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବୋହୁ ଚିତ୍ରଲେଖାଙ୍କୁ ବୁଝାସୁଝା କରିବା ସହ ଆପୋଷ ବୁଝାମଣା ହୋଇଥିଲା l ଏହି ଆପୋଷ ବୁଝାମଣା ବେଳେ ମୁନିଗୁଡାର ଗୋବର୍ଦ୍ଧନ ମୌଜା ରହିଥିବା ସ୍ୱାମୀ ଭାସ୍କର ସ୍ୱାଇଁ ଓ ଶାଶୁ ମିନତୀ ସ୍ୱାଇଁଙ୍କ ନାମରେ ଥିବା ଏକ ପ୍ଲଟରେ ଦୁଇଟି ପର୍ସନ ଘର ତିଆରୀ କରାଯିବ ସେଥିରେ ଗୋଟେ ପର୍ସନରେ ବହୁ ଚିତ୍ରଲେଖା ନିଜ ଝିଅକୁ ନେଇ ରହିବେ ଅନ୍ୟ ଏକ ପର୍ସନଟି ଭଡା ଆକାରରେ ଦେଇ ସେଥିରୁ ଯାହା ଟଙ୍କା ଆସିବ ସେଥିରେ ସେ ଜୀବିକା ନିର୍ବାହ କରିବେ ଏହି ଘର ତିଆରୀରେ ଯାହା ଖର୍ଚ୍ଚ ହେବ ତାହାକୁ ଶଶୁର କାମରାଜ ସ୍ୱାଇଁ ବହନ କରିବେ ଏବଂ ଏହି ଘରର ସମସ୍ତ କାର୍ଯ୍ୟ ସମାପ୍ତି ପରେ ଏହା ବୋହୁ ଚିତ୍ରଲେଖାଙ୍କ ନାମରେ ଦିଆଯିବ l ଏବଂ ଶଶୁର ରହୁଥିବା ନିଜ ଘରକୁ ତାଙ୍କର ସାନ ପୁଅ କୈଳାଶ ସ୍ୱାଇଁ ଓ ଝିଅ କଲ୍ୟାଣୀ ସ୍ୱାଇଁ ଉକ୍ତ ଘର ଦେବେ ବୋଲି ସମସ୍ତଙ୍କ ଉପସ୍ଥିତରେ ଏକ ରାଜିନାମା ପତ୍ରରେ ବୋହୁ ଚିତ୍ରଲେଖାଙ୍କ ରାଜିରେ କାମରାଜ ସ୍ବାଇଁଙ୍କ ପରିବାର ସମେତ ପ୍ରତିନିଧି ମଣ୍ଡଳୀ ଓ ଭଦ୍ରବ୍ୟକ୍ତି ମାନେ ସ୍ଵାକ୍ଷର କରିଥିଲେ l ତାପରେ ବୋହୁ ଚିତ୍ରଲେଖା ନିଜର ଧାରଣାରୁ ହଟିଥିଲେ l ସୂଚନା ଯେ ଚିତ୍ରଲେଖାଙ୍କ ସ୍ୱାମୀ ଭାସ୍କର ସ୍ୱାଇଁ ଗତ ୨୦୧୧ ମସିହାରେ ମୃତ୍ୟୁ ବରଣ କରିଥିଲେ l ଏହାର କିଛି ଦିନ ପରେ ଚିତ୍ରଲେଖା ଲାଞ୍ଜିଗଡ ସ୍ଥିତ ନିଜ ବାପ ଘରକୁ ନିଜର ୧୪ ଦିନର ଝିଅକୁ ନେଇ ଚାଲି ଯାଇଥିଲେ। ଏହାର କିଛି ଦିନ ପରେ ବୋହୁ ନିଜ ଅଧିକାର ଦାବିକରି ଲାଞ୍ଜିଗଡ଼,ଗାଙ୍ଗପୁର ଓ ମୁନିଗୁଡା ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ମୁନିଗୁଡା ଥାନରେ ଘରର ମୂଲ୍ୟାୟନ ହୋଇ ୧୫ଲକ୍ଷ ବୋହୂକୁ ଦେବାକୁ ଶ୍ୱଶୁର କାମରାଜୂ ସ୍ୱାଇଁଙ୍କୁ କୁହାଯାଇଥିଲା। ଯେଉଁଥିପାଇଁ କାମରାଜୂ ସ୍ୱାଇଁ ଥାନା ତରଫରୁ ହୋଇଥିବା ସମସ୍ତ ଆଲୋଚନାରେ ପ୍ରସ୍ତୁତ ହୋଇଥିଲେ l କିନ୍ତୁ ବୋହୁ ଚିତ୍ରଲେଖା ନିଜ ଜିଦରେ ଅଟଳ ରହି ଏହାକୁ ସହଯୋଗ କରିନଥିଲେ। ବର୍ତମାନ ପୁଣି ଅଧିକାର ଦାବି କରିବା ସହ ଘରେ ରହିବାକୁ ଦାବି କରି ଘର ଆଗରେ ଧାରଣାରେ ବସିଥିଲେ l