କଟକ ଜିଲ୍ଲା ସ୍ଥିତ କଟକସଦର ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ର ପୁର କିଶୋରନଗର ଗ୍ରାମର ଗ୍ରହରାଜ ବି ଫାର୍ମ ମହୁଚାଷୀ ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ ରାଜ୍ୟସ୍ତର ପୃରସ୍କୃତ ହୋଇଛନ୍ତି, ଭୂବନେଶ୍ୱର ସ୍ଥିତ ଓୟୂଏଟି ପରିସରରେ ଥିବା ବିଜୁପଟ୍ଟନାୟକ କନଫରନ୍ ହଲରେ ଦିଲ୍ଲୀପ ଙ୍କ ସମତେ ରାଜ୍ୟର ୧୬ଜଣ ମହୁଚାଷୀ ମାନଙ୍କୁ ସମ୍ବନ୍ଧୀତ କରାଯାଇଥିଲା, ଓୟୂଏଟିର କୁଳପତି ପ୍ରଭାତ କୁମାର ରାଉଳ,ପ୍ରଫେସର ସଂଗ୍ରାମୀ କେଶରୀ ସ୍ୱାଇଁ,ପ୍ରସନ୍ନଜିତ୍ ମିଶ୍ର, ହୃଶିକେଷ ମିଶ୍ର,ଚିତ୍ତରଞ୍ଜନ ଶତପଥି, ଓ ପ୍ରଭାସିନୀ ବେହେରା ପ୍ରମୁଖ ସମସ୍ତ ମହୁଚାଷୀ ଙ୍କୁ ମାନପତ୍ର ଉପଢୈକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ; ଉପସ୍ଥିତ ଥିବା ବି ଟ୍ରଷ୍ଟ ଓଡ଼ିଶାର ସମସ୍ତ ଚାଷୀ ଙ୍କୁ ପରିଚୟ ପତ୍ର ପ୍ରଦାନ ସହ ମହୁ ଚାଷ ନୂଆ ନୂଆ କୈଶଳ ରକ୍ଷଣାବେକ୍ଷଣ ଓ ଅଧିକ ଅମଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ, ରାଜ୍ୟସ୍ତରୀୟ ସମ୍ମାନିତ ହୋଇଥିବା ଶ୍ରୀ ସାହୁଙ୍କୁ ତାଙ୍କ ଅଚଂଳ ବାସୀ ଶୁଭେଚ୍ଛା ଦେଇଛନ୍ତି
