ଭଞ୍ଜନଗର,୦୮/୦୯ : ତାରସିଂ ଥାନା ଅଧୀନ ନୂଆଁବାଙ୍କତରା ଗ୍ରାମରେ ଗତ ଗତମାସ ଗୁରୁବାର ଦିନ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହାତ ହୋଇଥିଲେ। ଏହି ହତ୍ୟା ମାମଲାରେ ପୁଲିସ୍ ପୂର୍ବରୁ ବାପା ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶନିବାର ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ପ୍ରଶାନ୍ତ ନାୟକ। ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ଉକ୍ତ ଘଟଣାରେ କବିରାଜ ଗୌଡର ମୃତ୍ୟୁ ଘଟିଥିବା ବେଳେ ପୁଲିସ୍ ମୃତକର ପୁଅ ଗହନ ଗୌଡର ଏତଲା କ୍ରମେ କେସ୍ ନମ୍ବର ୨୩୭/୨୪ ରେ ଏକ ମାମଲା ରୁଜୁ କରିଥିଲା
