ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶ୍ରୀ ନରସିଂହ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ, ଭାଟକୁମରଡ଼ା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ – ୨୦୨୪ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଭାଟକୁମରଡ଼ା ସି.ଆର. ସି, ସି ଶ୍ରୀଯୁକ୍ତ ଏସ. ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ତତ୍ୱାବଧାନରେ ଏହି ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥିରେ ବିଶିଷ୍ଟ ଶିକ୍ଷବିତ ଶ୍ରୀଯୁକ୍ତ କୋରାନାଥ ସ୍ୱାଇଁମୁଖ୍ୟଅତିଥି ଭାବେ,

ବିଆର.ସି.ସି ଶ୍ରୀଯୁକ୍ତ ସିମାଞ୍ଚଳ ରଥମୁଖ୍ୟବକ୍ତା, ଏବଂ ସରପଞ୍ଚ ଶ୍ରୀମତୀ ମନମୋହିନୀ ପୋଲାଈ ଏବଂ ଏସ. ଏମ. ସି ସଭାପତି ଶ୍ରୀଯୁକ୍ତ ହୀନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଭୁତସରସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ କୁନା ସେଠି, ପୂର୍ବତନ ସି. ଆର. ସି, ସି ଶ୍ରୀଯୁକ୍ତ ଭଗବାନ ସାହୁ, ନିମପଲି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ଦାସ ପ୍ରମୁଖ ବିଚାର ପତି ଭାବେ ଯୋଗ ଦେଇଥିଲେ |ବିଭିନ୍ନ ପ୍ରତିଯୋଗିତାରେ 7 ଜଣ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା | ତେବେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା |ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ଆଚାର୍ଯ୍ୟ, ଶ୍ରୀମତୀ ରୀନା କୁମାରୀ ପଟନାୟକ, ଭାଗ୍ୟଶ୍ରୀ ବାରିକ, ଶର୍ମିଷ୍ଠା ପତି, ରବୀନ୍ଦ୍ର କୁମାର ସାହୁ, ଅନ୍ତର୍ଯ୍ୟାମୀ ଗୌଡ଼, ଦେବାଶିଷ ରଥ, ଶୁଭେନ୍ଦୁ ଶେଖର ରାଉତ, ମଙ୍ଗୁଳୁ ନାହାକ, ମିନତି ମିଶ୍ର, ରେଣୁ ବେହେରା, ବାଲ୍ମୀକି

ମହାପାତ୍ର, ରଘୁନାଥ ସାହୁ, ରବୀନ୍ଦ୍ର ସ୍ୱାଇଁ, ସତ୍ୟନାରାୟଣ ବେହେରା, ଦିନକୃଷ୍ଣ ପଟନାୟକ, ଖଲିଆ ପ୍ରଧାନ, ଶୋଭା ଦାସ ତଥା କ୍ଲଷ୍ଟର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
