You are currently viewing ଵି. ନୂଆଗାଁ ସ୍ଥିତ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟରେ ଶୋକସଭା ଅନୁଷ୍ଠିତ
ଵି. ନୂଆଗାଁ ସ୍ଥିତ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟରେ ଶୋକସଭା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ବୁରୁଝରୀ ପଂଚାୟତର ବି. ନୂଆଗାଁ ସ୍ଥିତ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟରେ ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ପରିସରରେ ନବ ନିର୍ମିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇପାରିନଥିଲା । ଶୁକ୍ରବାର ଦିନ ରାଜ୍ୟ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଗୁରୁବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡକ୍ତର ମନମୋହନ ସିଂ ଙ୍କ ଦେହାନ୍ତ ଖବର ପାଇବା ପରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ତେବେ କବିସୂର୍ଯ୍ୟନଗର ବିଧାୟକ ଉକ୍ତ ବିଦ୍ୟାଳୟ କୁ ଯାଇ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବକୁ ବାତିଲ କରି ସ୍ବର୍ଗତ ପ୍ରଧାନମନ୍ତ୍ରୀଙ୍କ ଆତ୍ମାର ସଦଗତି ପାଇଁ ଏକ ଶୋକସଭା କରିଥିଲେ । ସ୍ବର୍ଗତ ପ୍ରଧାନମନ୍ତ୍ରୀ ସିଂ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ଧୂପ ପ୍ରଦାନ କରିବା ଶହ ନିରବ ପ୍ରାଥନା କରାଯାଇଥିଲା । ଏଥିରେ ଦକ୍ଷିଣ ଓଡିଶା ସାହିତ୍ୟ ସଂସଦର ମହାଶଚୀବ ଦଣ୍ଡପାଣି ମହାପାତ୍ର ଯୋଗଦେଇ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଙ୍କ ଯୁଗାନ୍ତକାରୀ ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନିୟ ସଫଳତା ଉପରେ ଆଲୋକପାତ କରିଥିଲେ ।ଏଥିରେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିନାଥ ନାହାକ, ସମିତି ସଭ୍ୟ ସତୀଶ ରଞ୍ଜନ ତାରିଣୀ,ସମାଜସେବି ଚିତ୍ରସେନ ପରିଡା, ମଣ୍ଡଳ ସଭାପତି ଆଲୋକ କୁମାର ଶତପଥି, ନାରାୟଣ ସୁମନ୍ତରାୟ,ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମେତ ପୁରାତନ ଛାତ୍ର ଛାତ୍ରୀ ଏଵଂ ବର୍ତ୍ତମାନର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।