You are currently viewing କାୟାକଳ୍ପ ଟିମ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା
କାୟାକଳ୍ପ ଟିମ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା

ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ କାୟାକଳ୍ପ ଟିମ ପରିଦର୍ଶନ ଓ ସମୀକ୍ଷା କରି ଫେରିଛନ୍ତି। ପ୍ରତିବର୍ଷ ଭଳି‌ ଚଳିତବର୍ଷ କାୟାକଳ୍ପ ଟିମ‌ ର ମୁଖ୍ୟ କାର୍ଯ୍ଯ ନିର୍ବାହୀ ରାମକିଶୋର ଶତପଥି ଙ୍କ ନେତୃତ୍ବରେ କାୟାକଳ୍ପ ଟିମର କନସୋଲଟେଣ୍ଟ ଅନୂଜା‌ ବେହେରା , ଜନସ୍ବାସ୍ଥ୍ୟ ବିଭାଗର ଡ଼. ସମ୍ବିତ ଜେନା ସକାଳ ୧୦ ଟା ବେଳେ ପହଞ୍ଚି ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଵର୍ହିବିଭାଗ,ଅନ୍ତ୍ରଵିଭାଗ , ପରିବେଶ,ପ୍ରସୂତି ଗୃହ, ପାଇଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର‌ ପରିସର‌ ଵୁଲି‌ ଦେଖିଥିଲେ।ସ୍ଵଛତା‌ ପ୍ରତି ଆଗଭର‌ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ ପରିବେଶ ଦିଗରେ କି ପଦକ୍ଷେପ ନେଉଛ‌ ତା ପଚାରି ବୁଝିଥିଲେ।ରୋଗୀ‌ ଚିକିତ୍ସା ଦିଗରେ ସମସ୍ତ ଚିକିତ୍ସକ ମାନେ କି ପ୍ରକାର ପଦକ୍ଷେପ ନିଆଯାଉଛି ତାହା ଉପରେ ପଚାରି ବୁଝିଥିଲେ।ପରେ ନିରାମୟ କେନ୍ଦ୍ର ପରିଦର୍ଶନ କରି ଔଷଧ ବଣ୍ଟନ କିପରି ପରିଚାଳନା କରୁଛନ୍ତି ତାହା ଉପରେ ଟିମ ଅନୁଧ୍ୟାନ କରିଥିଲେ।ପରେ‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର‌ ସମସ୍ତ ବିଭାଗକୁ ‌ତନ‌ତନ‌ କରି ଵୁଲିବା ସହ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀ ଓ‌ସମ୍ପର୍କିୟ‌ ଙ୍କୁ ଉତ୍ତମ ବ୍ୟବହାର କରିବା ସହ ଏକ ବନ୍ଧୁତ୍ୱ ପୂଣ୍ଣ‌ ବାତାବରଣ ତିଆରି କରିବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ.ପି ରାଜକୁମାରୀ ସୁବୁଦ୍ଧି, ସହକାରୀ ପରିଚାଳକ ପ୍ରଦିପକୁମାର‌ସାହୁ ପ୍ରମୁଖ ଉପସ୍ଥିତ ରହି ସମୀକ୍ଷା ରେ ସହଯୋଗ କରିଥିଲେ।