ଅନୁଗୁଳ : (ଦିଲୀପ କୁମାର ଚୋପଦାର) ଜିଲ୍ଲାର କୋଇଲା ନଗରୀ ତାଳଚେର ସ୍ଥିତ କୋଲ ଇଣ୍ଡିଆ ର ଅନୁସଙ୍ଗି କମ୍ପାନୀ ମହାନଦୀ କୋଲ ଫିଲ୍ଡ ଲିମିଟେଡ ର ବିଭିନ୍ନ କୋଇଲା ଖଣି ରେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ,ଏ.ଆଇ.ଟି.ୟୁ.ସି ସହବନ୍ଧିତ ତାଳଚେର କୋଲ ମାଇନ୍ସ ଏମ୍ପ୍ଲାଇଜ ୟୁନିୟନ ର ମହା ସଚିବ କମ୍ରେଡ ସୁରେନ୍ଦ୍ର କୁମାର ଶର୍ମା । ଏମ୍.ସି.ଏଲ ଏବଂ ଡି.ଜି.ଏମ.ଏସ ର କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।ମହାନଦୀ କୋଲ ଫିଲ୍ଡ ଲିମିଟେଡ ଦ୍ୱାରା ଆୟୋଜନ ହୋଇଥିବା ସୁରକ୍ଷା ସମିତି ବୈଠକ ଷ୍ଟାର ହୋଟେଲ ରେ କାହିଁକି ହେଉଛି ଏବଂ ଜନ ସାଧାରଣ ଙ୍କ ଟଙ୍କା ଦୁରୁପଯୋଗ ହେଉ ଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ଏହି କ୍ରମ ରେ ଏ.ଆଇ.ଟି.ୟୁ.ସି ର ଶତାଧିକ କର୍ମୀ ଲିଙ୍ଗରାଜ ଜିଏମ୍ ଙ୍କ ଅଫିସ ରେ ବିକ୍ଷୋଭ ପ୍ରଦର୍ଶନ କରି ନିଜ ଦାବି ଏବଂ ଅଧିକାର କୁ ସାବ୍ୟସ୍ତ କରିଛନ୍ତି । ନିୟମ ଅନୁଯାୟୀ ,ସୁରକ୍ଷା ସମିତି ବୈଠକ ରେ ଏ.ଆଇ.ଟି.ୟୁ.ସି କୁ ଡକା ଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁ ୟୁନିୟନ୍ କୁ ସର୍ବୋଚ୍ଚ କୋର୍ଟ ବାରଣ କରିଛି ସେହି ଶ୍ରମିକ ୟନିୟନ କୁ ଡାକିବା ପଛରେ କାହାର ହାତ ଅଛି ବୋଲି କହିଛନ୍ତି ଶ୍ରୀ ଶର୍ମା ।

ଉଲ୍ଲେଖନିୟ ଯେ, ଗୁରୁବାର ଦିନ ଜଗନ୍ନାଥ ଏରିଆ ଅଫିସ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପରେ ପରେ ଜଗନ୍ନାଥ ଗେଷ୍ଟ ହାଉସ ରେ ଡି.ଜି.ଏମ.ଏସ ଙ୍କୁ ଭେଟି ମହା ସଚିବ ସୁରେନ୍ଦ୍ର ଶର୍ମା ଏହି ପରିପରେକ୍ଷୀରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଏବଂ ଜଗନ୍ନାଥ ଏରିଆ କାର୍ମିକ ବିଭାଗ ,ସୁରକ୍ଷା ବିଭାଗ ଉପରେ ବର୍ଷିଛନ୍ତି । ମହା ସଚିବ କମ୍ରେଡ୍ ସୁରେନ୍ଦ୍ର କୁମାର ଶର୍ମା ଙ୍କ ନେତୃତ୍ୱ ରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ରେ ଏ.ଆଇ.ଟି.ୟୁ.ସି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ନାଏକ,ସରୋଜ କୁମାର ସେଠୀ,ମହେନ୍ଦ୍ର ନାଏକ,ସୁଲେଖ ସେଠୀ,ସୀମା ମଣ୍ଡଳ,ଲକ୍ଷ୍ମଣ ବିଶ୍ଵାଳ,ବୃନ୍ଦାବନ ଲେଙ୍କା,ବସନ୍ତ ସାହୁ,ମୁନା ସାହୁ,ମୁକେଶ ପାଣ୍ଡେ,ପୂର୍ଣ୍ଣ ସାହୁ, ମାମୁଲି ପ୍ରଧାନ,ସମୀର ବେହେରା,ଦୀପ୍ତି ମୟୀ ସାହୁ ଙ୍କ ସହିତ ବହୁ ସଂଖ୍ୟା ରେ କାମଗାର ମାନେ ଯୋଗଦାନ କରି ଥିଲେ । ଇନକ୍ଲାବ ନାରା ରେ ସମଗ୍ର ଏମସିଏଲ କୋଇଲାଞ୍ଚଲ ପ୍ରକମ୍ପିତ ହେଉଥିଲା ।

