You are currently viewing ଓଡିଶା ସରକାରଙ୍କ ଜାଗା ମିଶନର ରାଜ୍ୟ ଉପଦେଷ୍ଟା ପୁରୁଷୋତ୍ତମପୁର ଏନଏସି ପରିଦର୍ଶନ କଲେ l ପୁରୁଷୋତ୍ତମପୁର
ଓଡିଶା ସରକାରଙ୍କ ଜାଗା ମିଶନର ରାଜ୍ୟ ଉପଦେଷ୍ଟା ପୁରୁଷୋତ୍ତମପୁର ଏନଏସି ପରିଦର୍ଶନ କଲେ l ପୁରୁଷୋତ୍ତମପୁର

ତା-24/05/23/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିକୁ ଓଡିଶା ସରକାରଙ୍କ ରାଜ୍ୟ ସରକାରୀଙ୍କ ଜାଗା ମିଶନର ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ସାସ୍ୱତୀ ମିଶ୍ରଙ୍କ ସହିତ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ମିଳିତ ଭାବେ ପୁରୁଷୋତ୍ତମପୁର ଏନଏସି ଅଞ୍ଚଳର ୨ଟି ସ୍ଥାନ କନକା ସ୍ଲମ୍ ଓ କପଳେଶ୍ୱର ସ୍ଲାମ୍ କୁ ପରିଦର୍ଶନ କରିଥିଲେ | ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ ଙ୍କ ନେତୃତ୍ୱ ସମସ୍ତେ ପରିଦର୍ଶନ କରି ଲୋକମାନଙ୍କ ସମସ୍ୟା, ଅଭାବ, ଅସୁବିଧା ବୁଝି ଥିଲେ | ଏବଂ କନକା ସ୍ଲମ୍ ର ପରିଚୟ ଗୃହ ଠାରେ ଜାଗା ମିଶନ ରେ ସହର ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ପ୍ରମାଣ ପତ୍ର ଓ ଆଦର୍ଶ ବସତି ବିଶ୍ୱର ସର୍ବ ବୃହତ ଯୋଜନା ଦ୍ୱାରା ଉପକୃତ ୧୩0 ଜଣ ହିତାଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା ଉକ୍ତ ବୈଠକକୁ ଏନଏସି ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଚାଲିଥିଲା l

ଏହି କାର୍ଯ୍ୟକ୍ରମରେ ଅତିଥିମାନେ ହିତାଧିକାରୀଙ୍କର ସ୍ଲମ ଅଞ୍ଚଳର ସୌନ୍ଦର୍ଯ୍ୟ କରଣ, ଶିଶୁ ଉଦ୍ୟାନ, ରାସ୍ତାର ଦୁଇପାର୍ଶ୍ୱରେ ବରିଷ୍ଠ ନାଗରିକ ପାଇଁ ଚଲା ପଥ, ପିଇବା ପାଣି ଉପରେ ହିତାଧିକାରୀଙ୍କ ଆଲୋଚନା କରିଥିଲେ l ସ୍ଲମ ବାସୀଙ୍କ କହିବା କଥା କି ଆଉରି ଅନେକ ବାସହୀନ ପରିବାର ଏହି ସ୍ଲମ ଝୋପୁଡି ଘର କରି ରହି ଆସୁଛନ୍ତି କିନ୍ତୁ ସେହି ପରିବାରକୁ ପୁନର୍ବାର ଜାଗା ମିଶନ ଅଣ୍ଡର ରେ ପୂଣି ସର୍ବେ କରି ଘରଢିଅ ପଟ୍ଟା ପ୍ରଦାନ କଲେ ଉକ୍ତ ବାସହୀନ ପରିବାର ନିଜ ପିଲାମାନଙ୍କ ପାଠ ପଢିବା ସହିତ ନିଯୁକ୍ତି ନିମନ୍ତେ କାର୍ଯ୍ୟରେ ଆସିବ ବୋଲି ରାଜ୍ୟ ରୁ ଆସିଥିବା ଉପଦେଷ୍ଟା ଶ୍ରୀମତୀ ମିଶ୍ରଙ୍କ ଦୃଷ୍ଟି ଗୋଚରକୁ ନେଇଥିଲେ ଅଞ୍ଚଳ ବାସି l

ଏହି କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା,ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ପଟ୍ଟନାୟକ, ଆସ୍କା ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁ, କାଉନସିଲର ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା, ଭବାନୀ ଶଙ୍କର ନାହାକ, ଗିରିଜା ବେହେରା, ବିଜେଡି କର୍ମୀ ତଥା କାଉନସିଲରଙ୍କ ଭାଗିରଥି ବେହେରା, ଲୋକନାଥ ବେହେରା, ରଞ୍ଜନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ,
ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ