You are currently viewing ତାଳଚେର ଗଣେଶ ପୂଜାର ପୁରସ୍କାର ବିତରଣ ଉତ୍ସବ
ତାଳଚେର ଗଣେଶ ପୂଜାର ପୁରସ୍କାର ବିତରଣ ଉତ୍ସବ

ତାଳଚେର,୨୩/୦୬: ରାଜ୍ୟରେ ପ୍ରସିଦ୍ଧ ଲାଭ କରିଥିବା ତାଳଚେର ଗଣେଶ ପୂଜାର ପୁରସ୍କାର ବିତରଣ ଉତ୍ସବ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଛି । ଦେଉଳବେଡା କୋଲିୟରୀ ସ୍ଥିତ ଡିସିଆଇ ହଲ୍ ଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ତାଳଚେର ପ୍ରସିଦ୍ଧ ଗଣେଶ ପୂଜାର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ ।କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ସମୀର କୁମାର ଜେନା(ଆଇଏଏସ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳଚେର ଗଣେଷ ପୂଜା ର ମୂର୍ତ୍ତୀ ,ସାଜସ୍ଵଜା , ଭସାଣି , ଶୃଙ୍ଖଳା ସ୍ବଚ୍ଛତା ଭଳି ଵିଭିନ୍ନ ପ୍ରତିଯୋଗିତା ରେ କୃତୀତ୍ୱ ହାସଲ କରିଥିବା ପୂଜା କମିଟି ଗୁଡିକୁ ପୁରସ୍କୃତ କରାଯାଇ ଥିଲା ବେଳେ ପୂଜା କରୁଥିବା ସମସ୍ତ କମିଟି କୁ ଅଗ୍ରପୂଜା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା ।

ସେହିପରି ମୂର୍ତ୍ତି କ ବିଭାଗରେ ଚିତ୍ରକୂଟ ବଜାର ପ୍ରଥମ, ସିଦ୍ଧିବିନାୟକ ପୂଜା କମିଟି ଦ୍ଵିତୀୟ ଓ କାରିଗରପଡ଼ା ପୂଜା କମିଟି ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଖ ବିଭାଗରେ ତ୍ରିନାଥ ଗଣେଶ ପୂଜା କମିଟି ସିଂହସାହି ଓ ନୀଳାଚଳ ଗଣେଶ ପୂଜା କମିଟି ହାଟତୋଟା ରୋଡ୍‌‍ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ବାପୁଜୀ ନଗର ପୂଜା କମିଟି ଦ୍ଵିତୀୟ ଓ ମହାଲକ୍ଷ୍ମୀ ପୂଜା କମିଟି ତୃତୀୟ ସ୍ଥାନ ହାସଲ କରିଛନ୍ତି। ସାଜସଜ୍ଜାର କ ବିଭାଗରେ ବଉଳଛକ ରାସପାର୍ଟି ପୂଜା କମିଟି ପ୍ରଥମ, ରାମଚନ୍ଦ୍ର ବଜାର ଦ୍ଵିତୀୟ ଓ ହନୁମାନପଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଖ ବିଭାଗରେ ଶର୍ମାଛକ ବଣିକ ସଂଘ ପୂଜା କମିଟି ପ୍ରଥମ, ଗଣେଶ ପୂଜା କମିଟି ହାଣ୍ଡିଧୂଆ ଦ୍ଵିତୀୟ ଓ ତ୍ରିନାଥ ଗଣେଶ ପୂଜା କମିଟି ତୃତୀୟ ସ୍ଥାନ ହାସଲ କରିଛନ୍ତି। ସ୍ଵଚ୍ଛତା କ ବିଭାଗରେ ବିନାୟକ ଗଣେଶ ପୂଜା କମିଟି ହାଣ୍ଡିଧୂଆ ପ୍ରଥମ, ହନୁମାନପଡ଼ା ପୂଜା କମିଟି ଦ୍ଵିତୀୟ ଓ ରାମଚନ୍ଦ୍ର ବଜାର ପୂଜା କମିଟି ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ସ୍ଵଚ୍ଛତା ଖ ବିଭାଗରେ ହରଗୌରୀ ଗଣେଶ ପୂଜା କମିଟି ପ୍ରଥମ, ଗଣେଶ ପୂଜା କମିଟି ହାଣ୍ଡିଧୂଆ ଦ୍ଵିତୀୟ, ମହାବଳପଡ଼ା ଗଣେଶ ପୂଜା କମିଟି ବଡ଼ଦାଣ୍ଡସାହି ଓ ଆମରିସଂସ୍ଥା ପୂଜା କମିଟି ଅରାସାହି ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଭସାଣୀ ପ୍ରତିଯୋଗିତାର କ ବିଭାଗରେ ବଉଳଛକ ରାସପାର୍ଟି ଗଣେଶ ପୂଜା କମିଟି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ କଳିଙ୍ଗ ମାର୍କେଟ୍‌‍ ହାଟତୋଟା ରୋଡ୍‌‍ ଓ କାରିଗରପଡ଼ା ପୂଜା କମିଟି ଯୁଗ୍ମ ଭାବେ ଦ୍ଵିତୀୟ ସ୍ଥାନ ଓ ଜୟହିନ୍ଦ କ୍ଲବ୍‌‍ କୁମ୍ଭାର ସାହି ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ଭସାଣୀ ଖ ବିଭାଗରେ ପାଟଣାସାହି ପୂଜା କମିଟି ଓ ତ୍ରିନାଥ ପୂଜା କମିଟି ଯୁଗ୍ମ ଭାବେ ପ୍ରଥମ ସ୍ଥାନ, ମୁ୍ୟନିସିପାଲିଟି ବଜାର ଦ୍ଵିତୀୟ ସ୍ଥାନ, ମା ସେବକ ପୂଜା କମିଟି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଶାନ୍ତିଶୃଙ୍ଖଳାରେ ମାସୁନାକାଳୀ ପୂଜା କମିଟି ପ୍ରଥମ, ମା କନକ ଦୁର୍ଗା ପୂଜା କମିଟି ଦ୍ଵିତୀୟ, ତ୍ରିନାଥ ଗଣେଶ ପୂଜା କମିଟି ତୃତୀୟ, ଚିତ୍ରକୂଟ ବଜାର ଚତୁର୍ଥ ଓ କାରିଗରପଡ଼ା ପୂଜା କମିଟି ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଉପରୋକ୍ତ କମିଟି ଗୁଡିକୁ ପୁରସ୍କୃତ କରାଯାଇଥିଲା ବେଳେ ଶାନ୍ତିଶୃଙ୍ଖଳା ପାଇଁ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ କମିଟିକୁ ଯଥାକ୍ରମେ ୧୧ହଜାର, ୮ ହଜାର, ୭ ହଜାର, ୬ ହଜାର ଓ ୫ ହଜାର ଟଙ୍କା ଆର୍ଥିକ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ଉପସଭାପତି ଡଃ ରଶ୍ମି ରଂଜନ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସାଧାରଣ ସଂପାଦକ ଦିଲ୍ଲୀପ କୁମାର ପାଣି ବିବରଣୀ ପାଠ, ଅନ୍ୟତମ ଉପସଭାପତି ପ୍ରକାଶ ମହାରଣା ଓ କୋଷାଧ୍ୟକ୍ଷ ରଣଜିତ ମହାପାତ୍ର ପୁରସ୍କାର କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ।ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଏସ ଡି ପି ଓ ତଥା କେନ୍ଦ୍ରୀୟ ପୂଜା କମିଟି ର କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ସାହୁ, ସହସଂପାଦକ ସୌଭାଗ୍ୟ ମହାରଣା, ଅଡିଟର ଅଶୋକ ଶତପଥୀ , ମିଡିଆ ସଂଯୋଜକ ତପନ କୁମାର ମହାରଣା, ଉପଦେଷ୍ଟା ଦେବୀ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ ଓ ଇଂ ରମେଶ ବେହେରାଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ , ସହ ସଂପାଦକ ମାନସ ରଞ୍ଜନ ବାଇ ଧନ୍ୟବାଦ ଅର୍ପଣ କରିଥିଲେ ।।