You are currently viewing ବାଟ ବଣା କଲା ଗୁଗୁଲ ମ୍ୟାପ, ଘାଟିରେ ଘଟିଲା ଦୁର୍ଘଟଣା
ବାଟ ବଣା କଲା ଗୁଗୁଲ ମ୍ୟାପ, ଘାଟିରେ ଘଟିଲା ଦୁର୍ଘଟଣା

ସୋରଡ଼ା (ଲିଟୁ କୁମାର ବିଷୋୟୀ ) ଆଧୁନିକ ଯୁଗରେ ଲୋକମାନେ ନିଜ ଯାତାୟାତ କୁ ସୁଗମ କରିବା ପାଇଁ ଗୁଗୁଲ ମେପ ଉପରେ ଭରସା କରିଥାନ୍ତି, କିନ୍ତୁ ବେଳେ ବେଳେ ଗୁଗୁଲ ମେପ ବି ଧୋକା ଦେଇ ଅସୁବିଧା ରେ ପକାଇ ଦିଏ | ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ସୋରଡ଼ା ଥାନା ଅଂଚଳରେ, ବ୍ରହ୍ମପୁର ରୁ ଖରିଆର କୁ ଯାଇଥିବା ଜାତୀୟ ରାଜ ପଥ ୫୯ ରେ ସୋରଡ଼ା ବ୍ଳକ ର ପିପଳପଙ୍କା ଠାରୁ ଦାରିଙ୍ଗବାଡି ଯାଏଁ ଅଣ ଓସାରିଆ ଘାଟି ରାସ୍ତା ଯୋଗୁଁ ବହୁ ସମୟରେ ଦୃଘଟଣା ଘଟିଥାଏ ଓ ଘାଟିର ଅଣଓସାରିଆ ବୁଲାଣି ରାସ୍ତା ରେ ଗାଡି ଫସି ଯାତାୟାତ ଠପ ହୋଇଯାଏ |

ରବିବାର ଦିନ ଅପରାହ୍ନ ରେ ମହାରାଷ୍ଟ୍ର ର ଏକ ଟ୍ରକ ବନ୍ଧା କୋବି ନେଇ ଗୁଗୁଲ ମେପ ଉପରେ ଭରସା କରି ଦାରିଙ୍ଗବାଡି ଘାଟି ଖସୁଥିବା ବେଳେ ଅଣ ଓସାରିଆ ବୁଲାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଛି | ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଚାଳକ ଙ୍କୁ ଉଦ୍ଧାର କରିଛି |ଅଣଓସାରିଆ ଘାଟିରାସ୍ତା ରେ ଏଭଳି ବାର ବାର ଅଘଟଣ ଘଟୁଥିବାରୁ ସ୍ଥାନୀୟ ଲୋକେ ରାସ୍ତା ପ୍ରଶସ୍ତିକରଣ ପାଇଁ ବାର ବାର ଦାବି ହୋଇ ଆସୁଥିବା ଯୋଗୁଁ ସୋରଡ଼ା ବ୍ଳକ ର କାଲାମା ଠାରୁ ଦାରିଙ୍ଗବାଡି ବ୍ଳକ ର ମେଳାବାଡ଼ି ଯାଏଁ ପ୍ରାୟ ୨୭ କିମି ରାସ୍ତା ପ୍ରଶସ୍ତିକରଣ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ୨୦୨୪ ଫେବୃୟାରୀ ୧୪ ତାରିଖ ଦିନ ୭୧୮.୨୬ କୋଟି ଟଙ୍କା ର ଅନୁଦାନ ଦେବା ସହ ୨୦୨୫ ଏପ୍ରିଲ ୧୭ ତାରିଖ ଦିନ ଭରଚୁଆଲ ଯୋଗେ ଶୁଭ ଶିଳାନ୍ୟାସ ମଧ୍ୟ କରିଥିଲେ ସୁଦ୍ଧା ଯଥା ପୂର୍ବମ ତଥା ପରମ ସ୍ଥିତି ରେ ଦାରିଙ୍ଗବାଡି ଘାଟି ରହିଛି |