You are currently viewing ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ ପକ୍ଷରୁ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ ପକ୍ଷରୁ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଛତ୍ରପୁର ତା ୫/୧୨/୨୫(ଅରୁଣ କୁମାର ପଣ୍ଡା )ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ ପକ୍ଷରୁ ଗୋପାଳପୁରସ୍ଥିତ ଜେଏନ୍ ଟାଟା ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏଥିରେ କମ୍ପାନୀ ଆଖପାଖ ଗ୍ରାମ ଗୁଡ଼ିକରୁ ୪୨ଜଣ ଭିନ୍ନକ୍ଷମ, ସେମାନଙ୍କ ପିତାମାତା ଏବଂ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ଯୋଗଦେଇଥିଲେ।

ଭିନ୍ନକ୍ଷମ ମାନଙ୍କ ପାଇଁ ଅନ୍ତର୍ଭୁକ୍ତିକରଣ ବିକାଶ ଓ ସମାନ ସୁଯୋଗ ସୁନିଶ୍ଚିତ ନେଇ ସଚେତନତା ସୃଷ୍ଟି ଓ ସ୍ଥାନୀୟ ଅଂଶିଦାରଙ୍କ ସହ ସହଯୋଗିତା ସୁଦୃଢ଼ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ନେଇ ଏକ ଆଲୋଚନାଚକ୍ର ଆୟୋଜନ ହେବା ସହ ଏକ ପ୍ରେରଣାଦାୟୀ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ହିତାଧିକାରୀମାନେ କିପରି ସୁବିଧାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ସରକାରୀ ଯୋଜନା ଗୁଡ଼ିକର ଲାଭ ଉଠାଇ ପାରିବେ ସେ ନେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀମାନେ ସୂଚନା ପ୍ରଦାନ କରିଥଲେ। ଏହା ସହ ଯୋଜନା ଗୁଡ଼ିକର ମହତ୍ତ୍ଵ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ ଅନ୍ତର୍ଭୁକ୍ତିକରଣ, ଅଭିଗମ୍ୟତା ବିଷୟରେ ମତ ରଖିବା ସହ ପରିବାର ଭିତରେ ଓ ସମାଜରେ ଭିନ୍ନକ୍ଷମମାନଙ୍କ ପାଇଁ ସମ୍ମାନ ସୁନିଶ୍ଚିତ କରିବା ନେଇ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟାନ୍ୟ ଅଧିକାରୀଙ୍କ ସହ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁର ୟୁନିଟ ମୁଖ୍ୟ ଜୟନ୍ତ କୁମାର ତ୍ରିପାଠୀ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଭିନ୍ନକ୍ଷମଙ୍କ ପାଇଁ ଥିବା ସୁବିଧା ସୁଯୋଗ, ସରକାରୀ ବ୍ୟବସ୍ଥା ତଥା ଏସବୁର ସୁଗମ ଉପଲବ୍ଧି ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ନିରନ୍ତର ସହଯୋଗ ନେଇ ସେ ତଥ୍ଯ ପ୍ରଦାନ କରିଥିଲେ।