ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର 12 ଜଣ ଶିଶୁ, ଯେଉଁମାନେ ଜନ୍ମଜାତ ହୃଦ୍ରୋଗରେ ପୀଡିତ, ସେମାନଙ୍କୁ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇର SRCC ହସ୍ପିଟାଲକୁ ପଠାଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ. ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ବ୍ରହ୍ମପୁର ମହାନଗର ନିଗମ ଅଂଚଳର 2 ମାସର ଶିଶୁ ଠାରୁ 15 ବର୍ଷର ଶିଶୁ ତାଙ୍କ ଅଭିଭାବକଙ୍କ ସହିତ ମୁମ୍ବାଇ କରିଛନ୍ତି. ଆରଵିକେଏସୱାଇ ଯୋଜନା ଅନ୍ତର୍ଗତ ଶିଶୁମାନକ ଜନ୍ମଗତ ଏବଂ ବିଳମ୍ବିତ ବିକାଶ ସମସ୍ୟାର ସଠିକ ଉପଚାର ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା କାର୍ଯ୍ୟକ୍ରମ ରହିଛି.ଏହି କାର୍ଯ୍ୟକ୍ରମ ରେ ଶିଶୁଙ୍କ ଅଭିଭାବକ ସମେତ 4ଜଣ ଆୟୁଷ ଡାକ୍ତର ଯାତ୍ରା କରିଛନ୍ତି.ଏହି କାର୍ଯ୍ୟକ୍ରମକୁ ଆରଵିକେଏସୱାଇ ମ୍ୟାନେଜର ଲୋପାମୁଦ୍ରା ମିଶ୍ର ସଂଯୋଜନା କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ବିଶ୍ୱମ୍ବର ବେହେରା, ଏଡିପିଏଚଓ ଡା. ଏସ କାମେଶ୍ୱର ରାଓ,ଶିଶୁ ରୋଗ ବିଶେଷଜ୍ଞ ଡା. ବିଜୟ କୁମାର ପାଣିଗ୍ରାହୀ, ଡା. ଜଗଦୀଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ.
