କୋଦଳା (୦୮/୦୩/୨୦୨୬)
ଆଜି ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ କୋଦଳା ଠାରେ ବିଜୁ ଜନତା ଦଳ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ କୋଦଳା ପ୍ରାକ୍ତନ ନଗରପାଳିକା ସୁନୀତାପ୍ରଭା ସାହୁ ଯୋଗ ଦେଇ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ଯ ମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ହରପ୍ରସାଦ ସାହୁ, ନଗର ସଭାପତି ଭାସ୍କର ପଳତାକଂ ସମେତ ବହୁ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପ୍ରତିପାଦନ କରିବା ଏହି ଦିନର ଉଦ୍ଦେଶ୍ୟ। ମହିଳା ମାନେ ଆଗକୁ ଗଲେ ସମାଜର ଅଗ୍ରଗତି ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। ନାରୀ ଯେବେ ଶିକ୍ଷିତ ହୋଇ ଆଗକୁ ବଢେ, ସେ ଏକୁଟିଆ ଉପରୁ ଉଠେ ନାହିଁ । ସେ ବ୍ୟବସ୍ଥାରେ ଉନ୍ନତି, ସମାଜରେ ସଂସ୍କାର, ପରିବେଶ ରକ୍ଷା ଓ ସୁରକ୍ଷା ସେନାର ନେତୃତ୍ବ ଭଳି ଗୁରୁ ଦାୟିତ୍ବ ବହନ କରେ । ବ୍ୟବସାୟରେ ଇତିହାସ ରଚିବା ଠାରୁ ନେଇ ପର୍ବତର ଶିଖରରେ ପହଞ୍ଚି ନାରୀ ନିଜ ନାମରେ ସ୍ବତନ୍ତ୍ର ଇତିହାସ ରଚିଥାଏ ବୋଲି କହିଥିଲେ ଶ୍ରୀମତୀ ସାହୁ। ସମସ୍ତ ମହିଳାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ବିଜେଡି ନେତା।
