You are currently viewing କାଶୀ ଶଙ୍କରାଚାର୍ଯ୍ୟଙ୍କ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଗ୍ରସ୍ତ
କାଶୀ ଶଙ୍କରାଚାର୍ଯ୍ୟଙ୍କ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଗ୍ରସ୍ତ

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କନିଆରୀବାଡ଼ି ଗ୍ରସ୍ତରେ ଆସି ପହଞ୍ଚିଛନ୍ତି କାଶୀ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନେକ ସାଧୁ ସନ୍ଥ | ଉକ୍ତ ଗ୍ରାମର ସମାଜସେବୀ ଶ୍ରୀ ନାରାୟଣ ସାହୁଙ୍କ ଅନୁରୋଧ କ୍ରମେ ଶଙ୍କରାଚାର୍ଯ୍ୟ ଏବଂ ସାଧୁ ସନ୍ଥ ଙ୍କ ଆଗମନରେ ଭବ୍ୟ ସ୍ୱାଗତ ଜଣାଇଥିଲେ ଶ୍ରୀ ସାହୁ ଙ୍କ ପରିବାର ସମେତ ଗ୍ରାମବାସୀ | ସାଧୁ ସନ୍ଥ ଙ୍କ ଉପସ୍ଥିତି ରେ ଉକ୍ତ ଗ୍ରାମରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା | ନାରାୟଣ ସାହୁ ଙ୍କ ନିଜସ୍ୱ ବାସ ଭବନରେ ପହଞ୍ଚି ସାଧୁ ସନ୍ଥ ମାନେ ନୈଶ୍ୟ ଭୋଜନ କରିବା ସହିତ ପରିବାର ର ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ | ଶେଷରେ ଗ୍ରାମର କୀର୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତନ ମାଧ୍ୟମରେ ସାଧୁ ସନ୍ଥ ଗ୍ରାମ୍ୟ ପରିକ୍ରମା କରି ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।