You are currently viewing ନରସିଂହଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ର ପୁନଃରୁଦ୍ଧାର କାର୍ଯ୍ୟ ଖିପ୍ରବେଗରେ ।
ନରସିଂହଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ର ପୁନଃରୁଦ୍ଧାର କାର୍ଯ୍ୟ ଖିପ୍ରବେଗରେ ।

ସାନଖେମୁଣ୍ଡି , ୨୨/୦୬ – ( ଆରଟ କୁମାର ହୋତା ) -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧିନ ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହ ଗଡ଼ ଗାଁ ରେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ର ପୁନଃରୁଦ୍ଧାର କାର୍ଯ୍ୟ ଜୋରସୋର ରେ ଆଗେଇ ଚାଲିଛି । ସାନଖେମୁଣ୍ଡି ବ୍ଲକ ପ୍ରଶାସନର ସହାୟତା ଓ ସହଯୋଗରେ ମନ୍ଦିର କାର୍ଯ୍ୟ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ମିଶ୍ର ଙ୍କୁ ଅଞ୍ଚଳ ବାସୀ ଧନ୍ୟବାଦ ପ୍ରଦାନ କରିଛନ୍ତି । ବିଗତ ଦୁଇ ବର୍ଷ ଭିତରେ ଅଞ୍ଚଳ ର ପ୍ରସିଦ୍ଧ ଶୈବ ପୀଠ ସବୁ ଏବଂ ଅନ୍ୟାନ୍ନ ଧାର୍ମିକ ସ୍ଥଳ ର ଉନ୍ନତି କରଣ ଦିଗରେ ସାନଖେମୁଣ୍ଡି ବିଡିଓ ଙ୍କ ଅବଦାନ ସବୁବେଳେ ଅଞ୍ଚଳ ବାସୀମନେ ରଖିବେ ବୋଲି ଅଞ୍ଚଳ ବାସୀ କହୁଛନ୍ତି । ସାନଖେମୁଣ୍ଡି ବ୍ଲକ ଅଧୀନରେ ଅନେକ ମନ୍ଦିର କାର୍ଯ୍ୟ ପୁନରୁଦ୍ଧାର ଚାଲିଛି । ବିଡ଼ିଓ ଶ୍ରୀମିଶ୍ର ଙ୍କୁ ବହୁ ବୁଦ୍ଧିଜୀବୀ ମାନଙ୍କ ପ୍ରଶଂସା ର ସୁଅ ଛୁଟୁଛି ।