You are currently viewing ଗୋପବନ୍ଧୁ ସେବା ସମିତି ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ
ଗୋପବନ୍ଧୁ ସେବା ସମିତି ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ

ପାତ୍ରପୁର– ଏହି ବ୍ଳକ ଅନ୍ତର୍ଗତ ତଣ୍ଡିପୁର ସ୍ଥିତ ବିଶୁଦ୍ଧାନନ୍ଦ ମଠ ଠାରେ ଗୋପବନ୍ଧୁ ସେବା ସମିତି ର ଦ୍ୱିତୀୟ ବାର୍ଷିକ ଉତ୍ସବ ରବିବାର ଦିନ ମହା ଆଡ଼ମ୍ବରରେ ପାଳନ ହୋଇସାରିଛି। ସେବା ସମିତି ସଭାପତି ଶ୍ରୀ ଦେବେନ୍ଦ୍ର ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଭରତ ପତି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଗିରିଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଣ୍ଡିତ ଋତୁପର୍ଣ୍ଣ ନାୟକ, ସମ୍ମାନିତ ଅତିଥି ଭାବେ ଅରୁଣ କୁମାର ପଣ୍ଡା, ସମ୍ପାଦକ ପ୍ରସାଦ ମଲ୍ଲିକ ଓ ଉପସଭାପତି ଗୋପୀନାଥ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ମଠ ପରିସର ମଧ୍ୟରେ ପ୍ରଥମେ ଚାରା ରୋପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ସେବା ସମିତି ବହୁ ଅସହାୟ ମାନଙ୍କୁ ସହାୟତା ପ୍ରଦାନ କରି ସଭିଙ୍କ ନିକଟରେ ପ୍ରିୟ ଭାଜନ ହୋଇଥିବା ବେଳେ ଆଗାମୀ ଦିନରେ ଏଭଳି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ସମିତି ସଭାପତି ଦେବେନ୍ଦ୍ର ରଣା ପ୍ରକାଶ କରିଥିଲେ। ଗୋପବନ୍ଧୁ ସେବା ସମିତିର ଏହିଭଳି କାର୍ଯ୍ୟ ଶୈଳୀକୁ ସମସ୍ତ ମଞ୍ଚାସୀନ ଅତିଥି ମାନେ ଭ୍ରୁୟଂଶି ପ୍ରଶଂସା କରିବା ସହ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗର ଗୁଣଗାନ କରିବା ସହ ମାନବ ସେବା ହିଁ ପ୍ରକୃତ ମାଧବ ସେବା ଏବଂ ଧର୍ମ, ସେବା ଓ ନିଷ୍ଠାପର ତ୍ୟାଗ ଉପରେ ନିଜ ନିଜର ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ପରେ ପରେ ଉଭୟ ପାତ୍ରପୁର ଓ ଚିକିଟୀ ବ୍ଲକ ର ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀର କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମ୍ବାଦ ସାହିତ୍ୟ ଘର ଚିକିଟୀ, ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ, ବହୁ କବି, ବରିଷ୍ଠ ଓ ବିଦ୍ୱାନ ବ୍ୟକ୍ତିଙ୍କୁ ମଧ୍ୟ ଗୋପବନ୍ଧୁ ସେବା ସମିତି ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଶେଷରେ ସ୍ୱାମୀ ଚେତାନାନନ୍ଦ ସାରସ୍ବତ ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନୋହର ହୋଇଥିଲା। ପ୍ରମୋଦ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଯତୀନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୌତମ ରଣା, ଭାଗବତ ନାୟକ, ସୁମନ୍ତ ପ୍ରଧାନ, କିଶୋର ମହାରଣା, ଅରୁଣ ପ୍ରଧାନ, ସନ୍ତୋଷ ରେଡ୍ଡୀ, ଆୟପ୍ପା ମହାରଣା, ଋତୁରାଜ ଓଡ଼ିଆ, ସରୋଜିନୀ ଦାସ, ଡ. ପୁରଞ୍ଜିତ୍ ପାତ୍ର, ଡ. ବି.ରମେଶ ଚନ୍ଦ୍ର, ଡ. ଅଦ୍ରିଶ ତ୍ରିପାଠୀ, ସନ୍ତୋଷ ଦାସ ଓ ଶଙ୍କର ରାଓ ପଲାସା ପ୍ରମୁଖଙ୍କ ଉପସ୍ଥିତି ଏବଂ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।