ବ୍ରହ୍ମପୁର;୨/୮/୨୬;ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ବ୍ରହ୍ମାନଗର ବୋଲବମ ସଂଘର ସଦସ୍ୟମାନେ ଆଜି ପ୍ରଭାତରୁ ଭକ୍ତିମୟ ପରିବେଶ ମଧ୍ୟରେ ଗଞ୍ଜାମର ପବିତ୍ର ଋଷିକୂଲ୍ୟା ନଦୀରୁ ଜଳ ସଂଗ୍ରହ କରିଛନ୍ତି। ପରେ ସେମାନେ “ବୋଲ ବମ” ଧ୍ୱନିରେ କାଉଡ଼ିଆ ଯାତ୍ରା କରି ବୁରୀ ଗାଁସ୍ଥିତ ପ୍ରସିଦ୍ଧ ବାବା ଝାଡେଶ୍ୱର ମନ୍ଦିରରେ ପହଞ୍ଚି ମହାଦେବଙ୍କ ନିକଟରେ ପବିତ୍ର ଜଳାଭିଷେକ କରିବେ। ଏହି ଧାର୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମାନଗର ବୋଲବମ ସଂଘର ବହୁ ସଂଖ୍ୟକ ସଦସ୍ୟ ଓ ଶିବଭକ୍ତ ସାମିଲ ହୋଇଥିବା ବେଳେ ଶ୍ରାବଣର ପ୍ରଥମ ସୋମବାରକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।




