(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।)
ମହିଳା ଙ୍କୁ ସ୍ୱାବଲମ୍ବୀ କରିବା, ରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଓଡିଶା ସରକାର ବିଭିନ୍ନ ଯୋଜନା କରିଛନ୍ତି ! ସେହିଭଳି ଅର୍ଥକାରୀ ଫସଲ କରି କୃଷି କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ମହିଳା ସଙ୍ଘକୁ ରିଭଲବିଙ୍ଗ ଫଣ୍ଡରୁ ସିଡ଼ି ମନି ଆକାରରେ ପ୍ରତି ଗ୍ରୁଫକୁ ଦଶ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ! ଆଜି ବେଗୁନିଆପଡା ବ୍ଲକ କୃଷି କାର୍ଯ୍ୟାଳୟରେ ଦଶଟି ମହିଳା ସଙ୍ଘକୁ ଦଶ ହଜାର ଟଙ୍କାର ଚକ କବିସୂର୍ଯ୍ୟନଗର ବିଧାୟିକା ଙ୍କ ଦ୍ୱାରା ପ୍ରଦାନ କରାଯାଇଛି ! ଏହି ବ୍ଲକର ସୁମଣ୍ଡଳ, ମର୍ଦକୋଟ, ବୁରୁଝରୀ ଓ ତାଳସର ପଂଚାୟତ ର ଦଶଟି ଗ୍ରୁପକୁ ପ୍ରଦାନ କରାଯାଇଛି ! ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଆତ୍ମା ଅଧକ୍ଷ ବିଜୟ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ, କୃଷି ଅଧିକାରୀ ରାମଲାଲ ସାମଦ,ଉକ୍ତ ପଂଚାୟତ ର ସରପଞ୍ଚ ସମସ୍ତେ କୃଷି କର୍ମଚାରୀ ଉପସ୍ଥିତ ଥିଲେ
