( ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।)
ବେଗୁନିଆପଡ଼ା :ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଅବସରରେ ଗତ ତିନି ବର୍ଷ ତଳେ ମହାମହିମ ରାଜ୍ୟପାଳଙ୍କ କର କମଳରେ ଗୋଲଡେନ ଜୁବଲୀ ପାଳନ କରିଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ସ୍ଥିତ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ଚଳିତ ବର୍ଷ ଶହେ ତିନି ତମ ବାର୍ଷିକ ଉତ୍ସବ ବେଶ ଧୁମଧାମ ରେ ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାଧର ମାହାନ୍ତି ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଗୁନିଆପଡା ଥାନା ଅଧିକାରୀ ଶ୍ରୀ ପୁର୍ଣ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କୁନି କୁନି ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବହୁ ମୂଲ୍ୟ ସମୟୋପଯୋଗୀ ବକ୍ତବ୍ୟ ରଖିଥିଲେ | ଶୈକ୍ଷିକ ଜୀବନରେ ଗୁରୁ ଓ ଛାତ୍ର/ଛାତ୍ରୀ ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନିଶ୍ଚିତ ଭାବେ ଭବିଷ୍ୟତ ଲକ୍ଷରେ ଆଉ ଦୁଇ ପାଦ ଆଗକୁ ବଢିବା ନେଇ ନିଜର ମତ ରଖିଥିଲେ ଶ୍ରୀ ପ୍ରଧାନ | ମୁଖ୍ୟ ବକ୍ତା ଭାବେ ବେଗୁନିଆପଡା ଅତିରିକ୍ତ ଶିକ୍ଷା ଅଧିକାରୀ ସୋମନାଥ ସେଠୀ ଯୋଗ ଦେଇ ଉପସ୍ଥିତ ଅଭିଭାବକ ତଥା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଉପଯୋଗୀ ଦିଗଦର୍ଶନ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ସନମାନିତ ଅତିଥି ଭାବେ ସାଙ୍କୁଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଷମା ତିଆଡ଼ି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସାଙ୍କୁଡ଼ା ପଞ୍ଚାୟତର ସମିତି ସଭ୍ୟା ଜୟନ୍ତୀ ସ୍ୱାଇଁ,ସ୍କୁଲ ପରିଚାଳନା କମିଟିର ସଭାପତି ବସନ୍ତ କୁମାର ସ୍ୱାଇଁ,ସ୍ୱପ୍ନାରାଣୀ ସ୍ୱାଇଁ,ପୂର୍ବତନ ସ୍କୁଲ ସଭାପତି ଦିଲ୍ଲୀପ କୁମାର ମୁଦ୍ରା,ସିଆରସିସି ସନ୍ତୋଷ କୁମାର ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ବଦ୍ରି ନାରାୟଣ ପ୍ରସାଦ ନନ୍ଦ, ସୁରେଶ କୁମାର ପ୍ରଧାନ,ସୁରେଶ ଶବର ଉମାକାନ୍ତ ତିଆଡ଼ି, ଦେବେନ୍ଦ୍ର ଗମାଙ୍ଗ,ସତ୍ୟବତୀ ବେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ଉପସ୍ଥାପିକା ଭାବେ ଶିକ୍ଷୟିତ୍ରୀ ଉମାରାଣୀ ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ପରିଶେଷରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |
