You are currently viewing ରାଜ୍ୟସ୍ତରୀୟ ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ସୋହନ
ରାଜ୍ୟସ୍ତରୀୟ ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ସୋହନ

ଛତ୍ରପୁର ତା ୨୫/୯/୨୬(ଅରୁଣ କୁମାର ପଣ୍ଡା )ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେଉଁଝର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ଧୀରେଶ୍ୱର ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଏସ ସୋହନ ରେଡ୍ଡୀ ଉଲ୍ଲେଖନୀୟ ସଫଳତା ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନିଜର ଦୃଢ଼ ମନୋବଳ, ନିରନ୍ତର ଅଭ୍ୟାସ ଓ କଠିନ ପରିଶ୍ରମ ବଳରେ ସେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପରିବାର, ପ୍ରଶିକ୍ଷକ, ପ୍ରଧାନ ଶିକ୍ଷକ ରାଜ କିଶୋର ପାଣିଗ୍ରାହୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି କରିଛି। ତାଙ୍କର ଏହି ସଫଳତା ଅନ୍ୟ କ୍ରୀଡ଼ାବିତ୍‌ଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ସଫଳତା କାମନା କରାଯାଇଛି।