You are currently viewing ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା :<br>ଜନତା ହାଇସ୍କୁଲରେ ୨୫୧ ପରୀକ୍ଷାର୍ଥୀ
ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା :
ଜନତା ହାଇସ୍କୁଲରେ ୨୫୧ ପରୀକ୍ଷାର୍ଥୀ

( ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।)

ବେଗୁନିଆପଡ଼ା (୧୦/୦୩/୨୦୨୩)
ଆଜିଠାରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ପରୀକ୍ଷାର୍ଥୀ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ।ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ସରିଛି। ଆସନ୍ତା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜୋମେଟ୍ରି ବକ୍ସ ନେବାର ଅନୁମତି ରହିଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳାର ସହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମୋଟ ୨୫୬ ଜଣ ଛାତ୍ରଛାତ୍ରୀ ୪ ଟି ବିଦ୍ୟାଳୟରୁ ଆସି ଏଠାରେ ପରୀକ୍ଷା ଦେବା ପାଇଁ ଆଲର୍ଟ ରହିଥିବା ବେଳେ ୫ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ୨୫୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା କହିଛନ୍ତି ପରୀକ୍ଷା କେନ୍ଦ୍ର ପରିଚାଳକ। ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ୭ଟାରୁ ପରୀକ୍ଷା କେନ୍ଦ୍ର ଖୋଲା ରହିଥିଲା। ମାଟ୍ରିକ ରେ‌ଗୁଲାର, ଏକ୍ସରେଗୁଲାର, ପତ୍ରବିନିମୟ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ପ୍ରଶ୍ନପତ୍ର ସବୁ ପରୀକ୍ଷାର୍ଥୀଙ୍କ ପାଇଁ ସମାନ ରହିଛି । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇ ବେଶ୍ ଭଲ କରିଥିବା ଏବଂ କରୋନା କଟକଣା ନଥିବାରୁ ଚଳିତ ବର୍ଷ ପରୀକ୍ଷା ଦେଇ ବେଶ୍ ଖୁସି ଅନୁଭବ କରୁଥିବାର କହିଛନ୍ତି ଛାତ୍ରଛାତ୍ରୀ।