You are currently viewing ଜକରରେ ପଞ୍ଚୁ ଦଣ୍ଡ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଜକରରେ ପଞ୍ଚୁ ଦଣ୍ଡ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୋଲସରା 15/03/2023ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିରରେ ଗୋପୀନାଥ କମିଟିର ସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ନାହାକ ଙ୍କ ସଭାପତିତ୍ବରେ ଏକ ଗୁରୁତ୍ତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି ଆଗାମୀ 7ତାରିଖ ଶୁକ୍ରବାର ଦିନ ହେଉଥିବା ପଞ୍ଚୁ ଦଣ୍ଡ ମିଳନ ପାଇଁ ଦଣ୍ଡ ନୃତ୍ୟ ମିଳନ ଓ ସ୍ଥାନ ନିରୂପଣ ସହିତ ଆଇନ୍ ସୁଖଲା,ପାନୀୟ ଜଳ ସହିତ ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ବ ଦିଆଯାଇଥିଲା କୁଲାଗଡ,ଆସ୍କା ପଙ୍କଳଵାଡ଼ି ,ଭେଟ ନଇ, ସୁନାପଲି, ମହାଛାଇ, ଦଣ୍ଡଦଳକୁନେଇ ,ରଘୁନାଥ ସାହି,ବଡ଼ସାହି,ନୂଆସାହି, କୃଷ୍ଣନଗର ସାହି ,ନଦୀ ସାହି , ଠାରେ ଦଣ୍ଡ ନୃତ୍ୟକୁ ନେଇ ନଟେରି ମାଧ୍ୟମରେ ସ୍ଥାନ ନିରୂପଣ କରାଯିବା ନେଇ ନିଷ୍ପତି ନିଆଗଲା ଏହି ବୈଠକରେ ସରପଞ୍ଚ ପ୍ରତିନିଧି ନବଘନ ପ୍ରଧାନ,ଗୋପୀନାଥ କମିଟି ସମେତ ଗ୍ରାମ ବାସି ଉପସ୍ଥିତ ଥିଲେ