You are currently viewing ତାଳସର ଗ୍ରାମରେ ଚୋରା ମଦ ଜବତ, ଜଣେ ମହିଳା ଗିରଫ।
ତାଳସର ଗ୍ରାମରେ ଚୋରା ମଦ ଜବତ, ଜଣେ ମହିଳା ଗିରଫ।

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ଗ୍ରାମରୁ ବେଗୁନିଆପଡା ପୋଲିସ ଚୋରା ମଦ ଜବତ କରିବା ସହ ଜଣେ ମହିଳା ଙ୍କୁ ଗିରଫ କରିଛି ! ତାଳସର ଗ୍ରାମରେ ଚୋର ମଦ ବିକ୍ରି ହେଉଥିବା ଖବର ପାଇ ଗୁରୁବାର ବିଳମ୍ବିତ ରାତ୍ରିରେ ପୋଲିସ ଚଢ଼ାଉ କରିଥିଲା ! ସେଠାରୁ 168 ଲିଟର 400 ଗ୍ରାମ ମଦ ଜବତ ସହ ତାଳସର ଗ୍ରାମର ମାମି ସେଠି କୁ ଗିରଫ କରିବା ସହ ମଦ ଜବତ ସମୟରେ ପୋଲିସ କୁ ଦୃବ୍ୟବହାର କରିଥିବା ନେଇ ମଧ୍ୟ ମାମଲା ରୁଜୁ କରି କୋର୍ଟ ଚଲାଣ କରିଥିବା ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି !