You are currently viewing ୭ ଗୋଟି ପାଣିପିଞ୍ଚାୟତ ର କର୍ମକର୍ତା କୁ ନେଇ ଚାଷୀ, କାଡା ର ମିଳିତ ବୈଠକ l
୭ ଗୋଟି ପାଣିପିଞ୍ଚାୟତ ର କର୍ମକର୍ତା କୁ ନେଇ ଚାଷୀ, କାଡା ର ମିଳିତ ବୈଠକ l

ସାନଖେମୁଣ୍ଡି, ୨୨.୪.୨୩(ଅଜୟ କୁମାର ସ୍ୱାଇଁ ): ବ୍ରହ୍ମପୁର ଜଳସେଚନ ବିଭାଗ ଆନୁକୂଲ୍ୟରେ ଗୌତମି ସେଚଞ୍ଚଳର ୭ ଗୋଟି ପାଣିପଞ୍ଚାୟତ କର୍ମକର୍ତା, ଚାଷୀ, କାଡା ଏବଂ ଜଳସେଚନ ବିଭାଗ ଅଫିସ କର୍ମକର୍ତା ଙ୍କ ମିଳିତ ବୈଠକ କେଦାରପୁର ଶିବମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ ବୈଠକ ରେ ଚାଷୀମାନଙ୍କର ଜମି କୁ ସଠିକ ଜଳସେଚନ, ଚାଷୀ ର ଆଦାୟ ଧାନ ସହ ଅନ୍ୟାନ୍ୟ ଫସଲକୁ ସଠିକ ଭାବେ ବିକ୍ରୟ,ବିଶେଷ କରି ରାସାୟନିକ ସାର ବଦଳରେ ଜୈବିକ ସାର ର ପ୍ରୟୋଗ, ସର୍ବୋପରି ପାଣିପଞ୍ଚାୟତ ଗୁଡିକୁ ସଶକ୍ତ କରି ସମସ୍ତ ଚାଷ ସମ୍ପର୍କିତ କାର୍ଯ୍ୟ ପାଣିପଞ୍ଚାୟତ ମାଧ୍ୟମ ରେ କାର୍ଯ୍ୟକାରିତା ପାଈଁ ନିର୍ଧାରଣ ଗ୍ରହଣ କରାଗଲା | ଏତଜନିତ ଚିଠା ସ୍ୱୀକୃତି ପାଈଁ ସରକାର ଙ୍କ ନିକଟକୁ ଜଳସେଚନ ବିଭାଗ ମାଧ୍ୟମରେ ପ୍ରେରଣ କରାଗଲା | ଏଥିରେ ଜଳସେଚନ ବିଭାଗ(କାଡା )ନିର୍ବାହୀଯନ୍ତ୍ରୀ ରବିନାରାୟଣ ମହାପାତ୍ର, ସହକାରୀ ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ଦାସ, ସହକାରୀ ଯନ୍ତ୍ରୀ ଶଙ୍କର ବେହେରା, ତ୍ରିଲୋକେଶ୍ୱର ନାୟକ ଚାଷୀ ମାନଙ୍କର ସଠିକ ଜଳ ପରିଚାଳନା ପାଈଁ ସଚେତନ କରାଇଥିଲେ |
ଏଥିରେ ଗୌତମି ସେଚାଞ୍ଚଳ ର ସମସ୍ତ ନବନିର୍ବାଚିତ କର୍ମକର୍ତା ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା | ସ୍ଵପ୍ନେଶ୍ଵର ପାଣିପଞ୍ଚାୟତ , ଖଲିଙ୍ଗି ପାଣିପଞ୍ଚାୟତସଭାପତି ଅରବିନ୍ଦ ନାହକ, ଭୁଡ଼ିକି ପାଣିପଞ୍ଚାୟତ ସଭାପତି କୈଳାସ ପାତ୍ର,ନଳିହାଡ଼ ବସନ୍ତ କୁମାର ସ୍ୱାଇଁ,ସରପଞ୍ଚ ଧୋବା ସ୍ୱାଇଁ, ,ଦୟାନିଧିପୁର ପାଣିପଞ୍ଚାୟତ ସଭାପତି ବିଜୟ ଭୂୟାଁ, ସାଧୁ ନାହକ ସମେତ ବରିଷ୍ଠ ଚାଷୀ ଓ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ |