କୁକୁଡାଖଣ୍ଡି ବ୍ଲକ ଲୋଚାପଡ଼ା ଗଙ୍ଗାଧରେଶ୍ୱର(ପାଣି ମହାପ୍ରଭୁ)ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ୱକର୍ମା ବଢେଇକୁଳ ସମାଜ ର ମହୁରୀତାଲୁକା ୩ୟ ମହାସମ୍ମିଳନୀ ବୈଠକ ରବୀନ୍ଦ୍ର ମହାରଣା ଙ୍କ ଅଦକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ୩0ଉର୍ଦ୍ଧ ଗ୍ରାମାଞ୍ଚଳର ବଢେଇକୁଳର କର୍ମକର୍ତ୍ତା ଙ୍କୁ ନେଇ ନୂତନ କମିଟି କେନ୍ଦ୍ରୀୟ ଓ ଗ୍ରାମାଞ୍ଚଳ ସ୍ତରୀୟ ସଭାପତି ସମ୍ପାଦକ ଚୟନ ରାଜଶ୍ରୀ ବଲ୍ଲବ ଭାଇ ଙ୍କ ସଭାପତିତ୍ବ ରେ ଚୟନ ହୋଇଯାଇଛି l ଉକ୍ତ କମିଟିର ଉପଦେଷ୍ଟା ଭାବେ ଶ୍ରୀନିବାସ ମହାରଣା,ସଭାପତି ଅଭିରାମ ମହାରଣା, ଉପସଭାପତି ଭାବେ ରବୀନ୍ଦ୍ର କୁମାର ମହାରଣା, ସମ୍ପାଦକ ସୁରେଶ ଚନ୍ଦ୍ର ମହାରଣା, ସଂଘଟନ ସମ୍ପାଦକ ବିଜୟ ମହାରଣା, କୋଷାଧକ୍ଷ କବିରାଜ ମହାରଣା,ସମେତ ବହୁ ବିଭିନ୍ନ ଗ୍ରାମାଞ୍ଚଳର ୩00ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦେଇ ସମର୍ଥକ ଭାବେ ହାତ ମୁଠା କୁ ଟାଣ କରିଥିଲେ l

