You are currently viewing ସେବାର ଅନ୍ୟନାମ ମାରୁତି ବାହିନୀ ସଙ୍ଗଠନ ।
ସେବାର ଅନ୍ୟନାମ ମାରୁତି ବାହିନୀ ସଙ୍ଗଠନ ।

କଟକ : ରକ୍ତଦାନ ମହାସେବାର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା(ବିସିଟି) କଟକ ଶାଖା,ବଜରଙ୍ଗ କ୍ଲବ ଢେଙ୍କାନାଳ,ମାରୁତି ବାହିନୀ ସଙ୍ଗଠନ କଟକ ଓ ଖୋର୍ଦ୍ଧା ସହର କିଛି ସ୍ବୟଂ ସେବକ ମିଳିତ ଉଦ୍ୟମରେ କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକ ଶାଖା,ଏସସିବି କଟକ ଠାରେ ବାଲେଶ୍ବର ବାହାନଗାରେ ଘଟିଥିବା ମର୍ମନ୍ତୁତ ରେଳ ଦୁର୍ଘଟଣା ନେଇ ଟ୍ରଷ୍ଟର ସଂପାଦକ ପ୍ରିନ୍ସ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୧୫୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିର ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଶିବିରରେ ବଜରଙ୍ଗ ଅର୍ଗାନାଇଜେସନ ସଭାପତି ମିଥୁନ ସ୍ୱାଇଁ,ଉପ ସଭାପତି ଶିବାନୀ ନାୟକ,ସମ୍ପାଦକ ରୁଦ୍ରକାନ୍ତ ନାୟକ,ମାରୁତୀ ବାହିନୀ ସଭାପତି ପପୁ ଦଳବେହେରା,ସଂଯୋଜକ ଜ୍ୟୋତି ସାହୁ,ମୁରଲୀ ସ୍ବାଇଁ,ଦିବସ ବେହେରା,ଲିକୁନା ଖୁଣ୍ଟିଆ,ସମୀର ବେହେରା,ଗଣେଶ୍ୱର ପୃଷ୍ଟି,ଚନ୍ଦନ ସ୍ବାଇଁ,ସିପୁ ନାୟକ,ମାନସ କୁମାର,କାହ୍ନା ପୃଷ୍ଟି,ବଣ୍ଟି ଖୁଣ୍ଟିଆ,ବିକାସ ଦାସ,ଦିବ୍ୟଜ୍ୟୋତି ପରିଡ଼ା,ବିଶ୍ବରଂଜନ ପାତ୍ର,ବିଶ୍ବମ୍ବର ସାହୁ,ବିଦ୍ୟାଧର ସାହୁ, ଭୀମସେନ ଦାସ ପ୍ରମୁଖ ରକ୍ତଦାତା ଉପସ୍ଥିତ ଥିଲେ ।