You are currently viewing କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ନେଇ କିଶନ କଂଗ୍ରେସର ଜିଲ୍ଲାସ୍ଥରୀୟ ଚିଠା ପ୍ରସ୍ତୁତି ବୈଠକ
କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ନେଇ କିଶନ କଂଗ୍ରେସର ଜିଲ୍ଲାସ୍ଥରୀୟ ଚିଠା ପ୍ରସ୍ତୁତି ବୈଠକ

ବ୍ରହ୍ମପୁର , ୨୨/୦୬ -:- ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ କୃଷି ଓ କୃଷକଙ୍କ ସମସ୍ୟାର ସମାଧାନ ନେଇ ଗଞ୍ଜାମ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଏକ ଜିଲ୍ଲାସ୍ଥରୀୟ ଚିଠା ପ୍ରସ୍ତୁତି ବୈଠକ ଗତକାଲି ଗୁରୁବାର କୁକୁଡ଼ାଖଣ୍ଡି ବ୍ଲକ ବଉଳଘାଇ ସ୍ଥିତ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଅନ୍ତର୍ଗତ ବ୍ଲକୱାରୀ ସଂଗଠକଙ୍କ ସମାବେଶରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ସଂଗଠକ ଉପସ୍ଥିତ ରହି ସାଂପ୍ରତିକ ସ୍ଥିତିରେ କୃଷି ଓ କୃଷକଙ୍କ ବୃତ୍ତିରେ ଘଟୁଥିବା ନିରନ୍ତର ଅବନତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଚାଷୀଙ୍କ ଶତ୍ରୁ ଓ ପୁଞ୍ଜିପତି କର୍ପୋରେଟ ବନ୍ଧୁ ସାଜିଥିବା ଉଭୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସମ୍ପ୍ରତିକିରେ ସରକାରଙ୍କ ଜଗତିକରଣର ଜିଦ୍ଦିଖୋର ମନୋଭାବରେ କୃଷିଭିତ୍ତିକ ଉଦ୍ୟୋଗର ବ୍ୟବସାୟରେ ଲାଭ କରାଉଥିବା ବେଳେ କୃଷିକ୍ଷେତ୍ରରେ ନିଯୁକ୍ତି ଦେବାଳିଆ ସ୍ଥିତିରେ ପହଞ୍ଚିଥିବା କାରଣକୁ ନେଇ କ୍ଷୋଭ ବ୍ୟକ୍ତ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କିଶନ କଂଗ୍ରେସ ସଭାପତି ଶ୍ରୀ ଅମିୟ କୁମାର ପଟ୍ଟନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ବିଗତ କଂଗ୍ରେସ ସରକାରରେ କରାଯାଇଥିବା ମେଗା ଜଳସେଚନ ପ୍ରକଳ୍ପର ଲାଭ ସମ୍ପ୍ରତି କୃଷକଙ୍କ ଉପଲବ୍ଧ ହେଉଥିବା ବେଳେ ସାଂପ୍ରତିକ ସରକାରରେ ମେଗା ପ୍ରକଳ୍ପ ନାଁରେ ମେଗା ଲୁଟ କରୁଥିବା ପ୍ରକାଶ କରିଥିଲେ । କୃଷକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ସରକାର କୃଷକ ସବୃଷ୍ଠିକରଣ ନାଁରେ କାଳିଆ ଯୋଜନାରେ ବିଜେଡି କର୍ମୀଙ୍କୁ ଆର୍ଥିକ ସହାୟତା ସହ ସରକାରୀ ଅର୍ଥ ହରିଲୁଟ କରିବାରେ ବିଶ୍ବସ୍ତରୀୟ ବନିଥିବା ପ୍ରକାଶ କରିଥିଲେ । ଜିଲ୍ଲା କିଶନ କଂଗ୍ରେସ ସଭାପତି କେ ଶ୍ୟାମସୁନ୍ଦର ଦୋରା , ପ୍ରାକ୍ତନ ସଭାପତି ବୃନ୍ଦାବନ ଖଟେଇ , ପିସିସି ସଭ୍ୟ ପଦ୍ମଚରଣ ସାହୁ , ଏଆଇସିସି ସମ୍ପାଦକ ରାମନାରାୟଣ ବିଶ୍ୱାସରାୟ , ବିଶିଷ୍ଟ କଂଗ୍ରେସ ନେତା ଶଙ୍କର ଅଧିକାରୀ

, ପାଣୁ ସାହୁ , ସଂଯୁକ୍ତା ସୋସିଆଲ ୱେଲଫାର ଅର୍ଗନାଇଜେସନ୍ ମୁଖ୍ୟ ଆଦିତ୍ୟ ନାୟକ ପ୍ରମୁଖ ସମାବେଶରେ ଉପସ୍ଥିତ ସଂଗଠନ ସଦସ୍ୟ ଓ କର୍ମକର୍ତ୍ତାାଙ୍କ ଉଦ୍ଧେଶ୍ୟରେ ନିଜ ନିଜ ବକ୍ତବ୍ୟରେ କୃଷକ ସମାଜର ସାମୁହିକ ବିକାଶ ପାଇଁ କିଶାନ କଂଗ୍ରେସର ଆଭିମୁଖ୍ୟ ଏବଂ ଆସନ୍ତା ଦିନରେ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ଆଲୋଚନା କରିଥିଲେ । ବୈଠକରେ ଗଂଜାମ ଜିଲ୍ଲାରେ କୃଷକ ସମାଜର ପ୍ରଗତିରେ ବାଧକ ସାଜୁଥିବା ସମସ୍ୟାକୁ ନେଇ ମିଳିତ ଆଲୋଚନା କ୍ରମରେ ଲିପିବଦ୍ଧ କରାଯାଇଥିଲା । ଜିଲ୍ଲା ଭିତ୍ତିକ କୃଷକଙ୍କ ସମସ୍ୟାର ସମାଧାନ ନିମନ୍ତେ ଆସନ୍ତା ଦିନରେ ବ୍ଲକ , ଜିଲ୍ଲା , ରାଜ୍ୟ ଏବଂ ଜାତୀୟ ସ୍ଵତନ୍ତ୍ର ଢଙ୍ଗରେ ଗଣତାନ୍ତ୍ରିକ ପଦ୍ଧତିରେ ଦାବୀ ଉପସ୍ଥାପନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।