You are currently viewing କ୍ୟାନସର ପିଡିତା ଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ ମିରାବାଇ ଦେଓ।
କ୍ୟାନସର ପିଡିତା ଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ ମିରାବାଇ ଦେଓ।

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତର କୁମାରିପାରୀ ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇ (୧୬)ଦୀର୍ଘ ଛଅ ମାସ ଧରି କର୍କଟ ରୋଗରେ ନାନା ଯନ୍ତ୍ରଣାର ଶିକାର ହୋଇଆସୁଛନ୍ତି ।

ଚାଷୀ ପରିବାରରେ ଜନ୍ମିତ କାଜଲ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଛନ୍ତି। କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ ରେ ଚିକିତ୍ସିତ ହେଉଥ‌ିବା ବେଳେ ଗରୀବ ପରିବାରର ହୋଇଥିବାରୁ ବର୍ତ୍ତମାନ ସୁଦ୍ଧାକୌଣସି ପ୍ରଶାସନିକ ସାହାଯ୍ୟ ମିଳି ନଥିବା ପରିବାର ଲୋକେ କହିଛନ୍ତି |ଖବର ପାଇ ସମାଜସେବୀକା ମୀରା ବାଇ ଦେଓ କାଜଲଙ୍କ ବାସ ଭାବନରେ ପହଞ୍ଚି ସାହାଯ୍ୟର ହାତ ବଢାଇବା ପାଇଁ ପ୍ରତିଶୃତି ଦେବା ସହ ଏ ନେଇ ସେ ଜିଲ୍ଲାପାଳ ଓ ବେଗୁନିଆପଡା ବିଡିଓଙ୍କ ଅବଗତ କରାଇବେ ବୋଲି ଜଣାଇଛନ୍ତି । କାଜଲଙ୍କ ପରିବାର ଗରୀବ ପରିବାରର ହୋଇ ଥିବାରୁ ପ୍ରଶାସନିକ ସ୍ତରରେ କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି କାଜଲଙ୍କ ପରିବାର ।