ଭୂବନେଶ୍ୱର, ଓଡିଶା ସାମ୍ବାଦିକତା ଦିବସ ଉପଲକ୍ଷେ ସମ୍ବାଦ ପତ୍ରିକା ଦୂରଦର୍ଶିର ପଞ୍ଚଦଶ ସ୍ବନକ୍ଷେତ୍ର ଉତ୍ସବରେ ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଭୂବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ୍ ତଥା ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚ୍ଚି ନାୟକ,ମେୟର ସୁଲଚନା ଦାଶ, ରାଜ୍ୟ ସୂଚନା କମିଶନ ଦିଲ୍ଲୀପ ବିଶୋଇ, ଓଡିଶା NCC ନିର୍ଦ୍ଦେଶକ କର୍ଣେଲ ସାଗର ମହାନ୍ତି, ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ ରତ୍ନାକର ରାଉତ ପ୍ରମୁଖ ଯୋଗଦେଇ ଓଡିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୪ ଜଣ ବ୍ୟକ୍ତି ବିଶେଷକୁ ୨୦୨୩ ଦୃରଦର୍ଶି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ବ୍ଳକର ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ଏବଂ ଶିଶୁ ପରିବେଶ ବିତ୍ ସୁବର୍ଣା ପ୍ରିୟଦର୍ଶିନୀ ନୟକଙ୍କୁ ଗଡ୍ ଅନୁଷ୍ଠାନର ପ୍ରକୃତି ଓ ପରିବେଶ ବିକାଶ ପାଇଁ ଉତ୍ତମ ପରିବେଶ ବିତ୍ ଭାବେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଡ୍ ଅନୁଷ୍ଠାନର ଭାଷ୍କର ରାଉତ, ପାଣୁ ସେଠୀ, ଜଟିଆ ଗୈଡ, ଧନୁଧର ମୁନି, ଶିବରାମ ବାଡତ୍ୟା, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ସେଠି ସମେତ ବହୁ ସୟସ୍ୟ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବ୍ୟୁରୋଚିଫ୍ ପ୍ରସନ୍ନ ବିଷୋୟୀ ସ୍ବାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ଶୁଷି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

