ଦିର୍ଘବର୍ଷଧରି ମରଣ ଜନ୍ତା ପାଲଟିଛି ଗାଁର ରାସ୍ତା ଯାହାକୁନେଇ ଗାଁର ସତାଧିକ ମହିଳା ଆଣିଲେ ଅଭିଜୋଗ , ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅଧିନସ୍ତ ଗୋଲିଆ ପଞ୍ଚାୟତ ସ୍ତିତ ମରେଇପଲ୍ଲୀ ,ତାଳସର ଭଳି ଚାରିଗୋଟି ଗାଁକୁ ଜିବା ପାଇଁ ରାସ୍ତା ଅତି ଶୋଚନିୟ ହୋଇପଡିଛି !ଯାହାଫଳରେ ଲୋକେ ବର୍ଷତମାମ ଅସୁବିଧା ଭୋଗୁଥିବା ବେଳେ ,ବର୍ଷାଦିନ ଆସିଗଲେ ଲୋକଙ୍କ ଅସୁବିଧା କହିଲେ ବୋହିଲେ ନସରେ ! ଚାରିଖଣ୍ତ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କରିବା ପାଇଁ ସ୍ତାନିୟ ଶରପଞ୍ଚ ଠାରୁ ପ୍ରଶାଷନ ଯାଏଁ ଗୁହାରି କରୁଥିଲେ ମଧ୍ୟ ଶୁଣି ନଶୁଣିଲା ଭଳି ରହୁଥିଲେ ! ଯାହାକି ଆଜି ଚାରିଖଣ୍ତ ଗ୍ରାମର ସତାଧିକ ମହିଳା ଏବଂ କିଛି ପୁରୁଷ ଏକାଠି ହୋଇ ବୁଗୁଡା ବ୍ଳକ କାର୍ଯ୍ଯାଳୟରେ ପହଞ୍ଚି ବୁଗୁଡା ବିଡିଓ ବାସୁଦେବ ନାୟକ ଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି ! ବିଡିଓ ଙ୍କ କହିବା ଅନୁଯାଇ ଆରଡି ରୋଡରେ ଅନ୍ତର୍ଭୁକ୍ତ କରାଜିବ ଏବଂ ତିନି ରୁ ଚାରି ମାସ ମଧ୍ଯରେ ତୁରନ୍ତ ପିଚୁ ରାସ୍ତା ;ନିର୍ମାଣ କରାଜିବ ବୋଲି ମହିଳା ମାନଙ୍କୁ କହିଛନ୍ତି !
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
