You are currently viewing ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରସନ୍ନ କୁମାର
ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରସନ୍ନ କୁମାର

ବେଗୁନିଆପଡା (୫.୯.୨୦୨୩)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ ଙ୍କୁ ଆଜି ପବିତ୍ର ଗୁରୁଦିବସ ଅବସରରେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ଭୁବନେଶ୍ବର କାର୍ଯ୍ୟାଳୟ ଠାରେ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ନନ୍ଦିଘୋଷ ଟିଭି ର ଏଡ଼ିଟର ଶିଶିର କୁମାର ଭଟ୍ଟମିଶ୍ର , ଦୈନିକ ଖବର କାଗଜ ସକାଳ ର ସି ଇ ଓ ସୁବ୍ରତ ଦାଶ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ଅତିଥି ସମେତ ବହୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଶ୍ରୀ ନାୟକଙ୍କୁ ଉପଢୌକନ,ପୁଷ୍ପଗୁଚ୍ଛ, ଅର୍ଥରାଶି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ମଧ୍ଯ ଶିକ୍ଷକ ଶ୍ରୀ ନାୟକ ବହୁ ପୁରସ୍କାର ପାଇଛନ୍ତି । ଏନେଇ ଶିକ୍ଷକ ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।