You are currently viewing ଅଗ୍ନିଶମ ବିଭାଗ ତରଫରୁ ବିଦ୍ୟାଳୟରେ ମକଡ୍ରିଲ
ଅଗ୍ନିଶମ ବିଭାଗ ତରଫରୁ ବିଦ୍ୟାଳୟରେ ମକଡ୍ରିଲ

ଧରାକୋଟ,25/11/23
ଧରାକୋଟ ଅଗ୍ନିଶମ ବିଭାଗ ତରଫରୁ ନିକଟସ୍ଥ ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ଡାକିବଜା ପରିସରରେ ଅଗ୍ନିଶମ ଅଧିକାରୀ ଚିତ୍ତରଂଜନ ସାହୁଙ୍କ ନେତୃତ୍ୱରେ ଜୀବନ ରକ୍ଷାକାରୀ କୌଶଳ ବା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ କର୍ମଚାରୀ ପବିତ୍ର ବେହେରା, କାଳନ୍ଦି ପାଣ୍ଡିଆ,ଯୁଧିଷ୍ଟିର ମାଝି, ସଂଜିତ ସେଠୀ ଓ ଗୋପୀନାଥ ନାୟକ ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଅଚେତ ଓ ଆହତ ବ୍ୟକ୍ତି ଙ୍କୁ ଉଚ୍ଚ ସ୍ଥାନରୁ ଉଦ୍ଧାର,ସିଡି ଦ୍ଵାରା ଉଦ୍ଧାର,ଗ୍ୟାସ ଦୁର୍ଘଟଣାର ର ସଫଳ ମୁକାବିଲା,ପାଣି ଭିତରୁ ଉଦ୍ଧାର କାର୍ଯ୍ୟ ଏବଂ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ସମ୍ବନ୍ଧୀୟ କୌଶଳ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା କୁମାରୀ ଦେବୀ, ସିମଞ୍ଚଳ ଗୌଡ଼,ମହେନ୍ଦ୍ର ଷଡ଼ଙ୍ଗୀ,ସଦାନନ୍ଦ ତ୍ରିପାଠୀ,ହର୍ଷ ବିଷୋୟୀ,ଟୁନା ଦୋରା ,ମୁରଲୀ ବାଡତ୍ୟା ଓ ପୁରସ୍ତମ ନାୟକ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ନିଜେ ଆତ୍ମରକ୍ଷା କୌଶଳ ଶିଖି ଏହାକୁ ପ୍ରଦର୍ଶନ କରିଥିଲେ।