You are currently viewing ୮୪ ମଣ୍ଡଳୀର ଉଦଘାଟନ ପାଇଁ ପ୍ରସ୍ତୁତି ବୈଠକ।
୮୪ ମଣ୍ଡଳୀର ଉଦଘାଟନ ପାଇଁ ପ୍ରସ୍ତୁତି ବୈଠକ।

କଟକ ତା ୧୬/୧୨ କଟକ ଜିଲ୍ଲାର ଅଗ୍ରଣୀ ଦଳିତ ଅନୁଷ୍ଠାନ ୮୪ ମଣ୍ଡଳୀ ମେହେନ୍ତର ସମିତିର ନୂତନ ଭାବେ ନିର୍ମିତ ହୋଇଥିବା କାର୍ଯ୍ୟାଳୟର ଉଦଘାଟନ ପାଇଁ ଏକ ପ୍ରସ୍ତୁତି ବୈଠକ ୮୪ ମଣ୍ଡଳୀର ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ସଭାପତିତ୍ବରେ କଟକ ମହାନଗରନିଗମ ସ୍ଥିତ କଟକ ମହାନଗର ନିଗମର ମେହେନ୍ତର ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଆସନ୍ତା ଜାନୁଆରୀ ମାସ ୨୧ ତାରିଖ ରେ ନୂତନ ଭାବେ ନିର୍ମିତ ହୋଇଥିବା ୮୪ ମଣ୍ଡଳୀ କାର୍ଯ୍ୟାଳୟକୁ ଉଦଘାଟନ କରାଯିବା ପାଇଁ ସ୍ଥିର କରାଯାଇଛି। ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଉଦଘାଟନ ଉତ୍ସବରେ ଅତିଥି ଭାବେ କଟକ ସାଂସଦ, ସ୍ଥାନୀୟ ବିଧାୟକ, ମହାନଗର ନିଗମ ମେୟର, ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରିବା ପାଇଁ ସ୍ଥିର କରିଗଲା। ଏହି ପରିପ୍ରେକ୍ଷୀରେ ଏକ ପ୍ରତିନିଧି ମଣ୍ଡଳୀ କଟକ ମହାନଗର ନିଗମର ମେୟର ସୁବାସ ସିଂହ ଙ୍କୁ ସାକ୍ଷାତ କରି ମଣ୍ଡଳୀର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ମେୟର ଶ୍ରୀ ସିଂହ ମଣ୍ଡଳୀର ବାକି ଥିବା କାର୍ଯ୍ୟ କୁ ଯଥା ଶୀଘ୍ର ସମ୍ପୂର୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ପ୍ରସ୍ତୁତି ବୈଠକ ଓ ପ୍ରତିନିଧି ମଣ୍ଡଳୀରେ ସଭାପତି ରାମଚନ୍ଦ୍ର ଗୋଛାୟତ, ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଉପଦେଷ୍ଟା ରନ୍ମାକର ମୁଖି, ଦିବାକର ବୋଲି, ଉପସଭାପତି ଗୋବିନ୍ଦ ଚନ୍ଦ୍ର ଘଡେ଼ଇ, ସୁରେନ ନାୟକ, ପ୍ରଶାନ୍ତ କୁମାର ନାୟକ , ଚିତ୍ତରଞ୍ଜନ ନାୟକ, ସିଦ୍ଧାନ୍ତ ନାୟକ,ମହାନଗର ନିଗମ ମେହନ୍ତର ସଂଘର ମନୋରଞ୍ଜନ ପଣ୍ଡା, ଦେବରାଜ ମୁଖି, ନରେନ୍ଦ୍ର ନାୟକ,ଉମେଶ ନାୟକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।