ଖଲ୍ଲିକୋଟ ; 28/12 ଗୁରୁବାର ଦିନ ଖଲ୍ଲିକୋଟ ତହସିଲ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ମାର୍ଦରାଜ କଲ୍ୟାଣ ମଣ୍ଡପ ପରିସର ରେ ଏକ ରାଜସ୍ବ ମେଳା ଓ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଉକ୍ତ ମେଳା ରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା,ଉପାଧ୍ୟାଖ୍ୟା ଶ୍ରୀମତୀ ଭାରତୀ ବେହେରା, ଛତ୍ରପୁର ଉପଜିଲ୍ଲାପାଳ, ଦେବଦତ୍ତ ମହନ୍ତ, ତହସିଲଦାର ଶ୍ରୀକୁମାର ରଥ,ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ୱାଇଁ, ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖଲ୍ଲିକୋଟ ତହସିଲ ଅଧିନସ୍ଥ 11 ଗୋଟି ରାଜସ୍ବ ସରକେଲ ର 980 ଜଣ ପ୍ରଜା ଵା ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କରିଥିଲେ | ଉକ୍ତ ରାଜସ୍ବ ମେଳା ରେ ଗୋପବନ୍ଧୁ ସାହୁ, ବରିଷ୍ଟ ରାଜସ୍ବ ସହାୟକ, ଖଲ୍ଲିକୋଟ ରାଜସ୍ବ ନିରୀକ୍ଷକ ମୀନକେତନ ଶବର, ରମେଶ ଚନ୍ଦ୍ର ଜେନା, ଓ ବି ଉଦୟ ଯାଦବ ପ୍ରମୁଖ ରାଜସ୍ବ ନିରୀକ୍ଷକ ମାନେ ଉପସ୍ଥାପନା କରି ସହଯୋଗ ଯୋଗାଇଥିଲେ |.

ମେଳା ରେ ଖଲ୍ଲିକୋଟ ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ର ତାଲିମ ରାଜସ୍ବ ନିରୀକ୍ଷକ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ ;ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
