ଦିଗପହଣ୍ଡି : (ରଘୁନାଥ ନାୟକ) ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପ୍ରାଙ୍ଗଣରେ ଏକଦିବସୀୟ ତଥା ବ୍ଳକସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରଦର୍ଶନୀ ମେଳାରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ସଭାପତିତ୍ବରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଦିଗପହଣ୍ଡି ବ୍ଳକ ଉନ୍ନୟନ ଅଧିକାରୀ ହଳଧର ଶବର ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏବିଇଓ ରସାନନ୍ଦ ଘଡେଇ କାର୍ଯ୍ୟକ୍ରମ ସଂଯୋଜନା କରିଥବା ବେଳେ ସହକାରୀ ଶିକ୍ଷାଧିକାରୀ ବାଳା ମାଝୀ , ବିଶ୍ରବା ପାଇକ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୧୩୨ ଗୋଟି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ କରାଯାଇଥିଲା । ଅପରାହ୍ନ ତଥା ଉଦଯାପନୀ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ସ୍ଥାନୀୟ ସରପଞ୍ଚ ସମିତି ସବ୍ୟ ମାନେରହି ବିଜ୍ଞାନ ମେଳକୁ ସଂପୂଣ୍ଣ କରିଥିଲେ
