ଖଲ୍ଲିକୋଟ ;26/1 ଶୁକ୍ରବାର ଦିନ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ 75 ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି |ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପତାକା ଉତ୍ତୋଳନ ଉତ୍ସବ ରେ ଯୋଗ ଦେଇ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା ଜାତୀୟ ପତାକା ଉତ୍ତୋଳନ କରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ଯେଉଁ ବିକାଶ ଧାରା ଜାରି କରିଛନ୍ତି ତାର ସୁଫଳ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ଅଗଣିତ

ଜନସାଧାରଣ ଙ୍କୁ ତାର ସୁଫଳ ମିଳିବା ସହ ମହିଳ| ଛାତ୍ରଛାତ୍ରୀ ଯୁବକ କୃଷକ ଓ ଶ୍ରମିକ ମାନେ ମଧ୍ୟ ତାର ସୁଫଳ ପାଉଛନ୍ତି ବୋଲି ପ୍ରକାଶ କରିଥିଲେ |ଏ ଉପଲକ୍ଷେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାଇ ନଗରପାଳ ଶ୍ରୀ ବେହେରା ଓ କାଉନସିଲର ମାନେ ଅନ୍ତେବାସୀ ରୋଗୀ ଙ୍କୁ ଫଳ ବଣ୍ଟନ କରିବା ସହ ଓଡିଶା ଏକତ୍ରିକରଣ ସାରଥୀ ରାଜା ରାମଚନ୍ଦ୍ର ମର୍ଦରାଜ ଓ ମହାତ୍ମାଗାନ୍ଧୀ ଙ୍କ ବେକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |.

ଉକ୍ତ ସାଧାରଣତନ୍ତ୍ର ଦିବସ ରେ ଏନ ଏ ସି ଉପାଧ୍ୟକ୍ଷା ଲିଲି ସାହୁ, ବରିଷ୍ଟ କାଉ ନସିଲର ପ୍ରଦୀପ କୁମାର ପଟ୍ଟନାୟକ,, ସୁଜାତା ସାମନ୍ତ, ନାରାୟଣ ପାଢ଼ୀ, ବଳରାମ ବେହେରା,କାଳିଆ ପରିଡା, ନାରାୟଣ ବାରିକ, ଅଶୋକ ସେଠି, ରେମତି ଦାସ ସନ୍ତୋଷୀ ଦାସ ପ୍ରମୁଖ କାଉନସିଲର ଙ୍କ ସମେତ ବିଜେଡ଼ି ନଗର ସଭାପତି ନରେନ୍ଦ୍ର କୁମାର ପାତ୍ର ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ଓ ବରିଷ୍ଠ ନାଗରିକ ମଞ୍ଚ ର ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରଥିଲେ |

ସେହିପରି ଖଲ୍ଲିକୋଟ ବ୍ଲକ ପରିସର ରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ବି ଡ଼ି ଓ ଦେବାଶିଷ ସାମଲ ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ ସମେତ ବ୍ଲକ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ |
(ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )
