ଗଞ୍ଜାମ ବ୍ରହ୍ମପୁର କୋର୍ଟପେଟା ଛକ ନିକଟରେ ଥିବା ଗଣପତି କଲ୍ୟାଣ ମଣ୍ଡପ ଠାରେ ନୈତ୍ରୀକା ଆଇ କେୟାର ର ନିର୍ଦେଶକ ତଥା ନୂଆଁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ତାଲିମ ପ୍ରାପ୍ତ ବରିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ଅଶ୍ୱିନୀ କୁମାର ବେହରାଙ୍କ ସଂଯୋଜନା ରେ ନୈତ୍ରୀକା ଚକ୍ଷୁ ଅନୁଷ୍ଠାନ ର ପ୍ରଥମ ବର୍ଷ ଜୟନ୍ତୀ ଧୁମ ଧାମ ରେ ପାଳନ କରାଯାଇଛି | ଏକ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନ ରେ ଯେତେ ଜଣ ରୋଗୀ ପରଳ, ମୋତିୟାବିନ୍ଦୁ, ଟେରାପଣ, ଚକ୍ଷୁରେ ମାଂସ ବଢିବା ଏବଂ ଅନ୍ୟାନ୍ୟ ଚକ୍ଷୁର ଅସ୍ତ୍ରପଚାର କରିଥିବା ବ୍ୟକ୍ତି ବେଶେଷ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ବାର୍ଷିକ ଉତ୍ସବ କୁ ନିମନ୍ତ୍ରଣ କରାଯାଉଥିଲା |ପ୍ରାୟ ଦେଢ଼ସହ ରୁ ଉର୍ଦ୍ଧ ଅସ୍ତ୍ର ପଚାର କରିଥିବା ରୋଗୀ ମାନେ ଏହି ବିଶେଷ ଦିନ ରେ ଯୋଗଦାନ କରି ନିଜର ଚକ୍ଷୁ ଅସ୍ତ ପଚାର ଉପକାରିତାକୁ ସନ୍ତୁଷ୍ଟ ଚିତରେ ପ୍ରକାଶ କରିଥିଲେ | ଏହି ଉତ୍ସବ ଉପଲକ୍ଷେ ଏକ ବୈଠକ ର ମଧ୍ୟ ଆୟୋଜନ କରାଯାଇଥିଲା, ଏବଂ ଏହାର ମୁଖ୍ୟ ନିର୍ଦ୍ଧେଶକ ଡା.ଅଶ୍ୱନୀ କୁମାର ବେହେରା ନିଜର ବିଦ୍ୟା ଗୁରୁ ଙ୍କୁ ମୁଖ୍ୟ ଅତିଥି ଭାବେ ଡାକିଥିଲେ | ଏବଂ ଅନ୍ୟନ୍ୟ ଡକ୍ଟର ଙ୍କୁ ମଧ୍ୟ ସଂମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ | ଲୋକଙ୍କ ଆଖିରେ ହେଉଥିବା ମୋତୀୟ ବିନ୍ଦୁ,କଳା ମୋତୀୟ ବିନ୍ଦୁ, ଗ୍ଲୁକୋମା,ଏବଂ ବିଭିନ୍ନ ଚକ୍ଷୁ ଜନିତ ସମସ୍ୟା ର ନିରାକରଣ ଓ ନିବାରଣ କିପରି କରାଯାଇପାରିବ ଓ ଚକ୍ଷୁ ଜନିତ ସମସ୍ୟାକୁ କିପରି ଦୂର କରାଯାଇପାରିବ ଏହି ବିଷୟରେ ଆଲୋକ ପାତ କରିଥିଲେ | ଏବଂ ଚକ୍ଷୁ ର ସୁରକ୍ଷା ପାଇଁ କେତୋଟି ନିର୍ଦ୍ଧେଶା ବଳିକୁ ପାଳନ କରିବାକୁ ହେବ ତାହା ଉପସ୍ଥିତି ବ୍ୟକ୍ତିମାନଙ୍କୁ ବୁଝାଇଥିଲେ | ନର୍ଦ୍ଧେଶକ ଡା.ଶ୍ରୀ ବେହେରାଙ୍କ ଦ୍ଵାରା ଗଞ୍ଜାମ,ଗଜପତି,କନ୍ଧମାଳ, ପୁରୀ, ନବରଙ୍ଗପୁର ଜିଲ୍ଲା ସହିତ ଅନ୍ୟାୟ ଜିଲ୍ଲାର ଚକ୍ଷୁ ଅସ୍ତ୍ର ପଚାର ହୋଇଥିବା ବ୍ୟକ୍ତିମାନେ ଏହି ପ୍ରଥମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିଥିଲେ | ଏହା ସହିତ ଏହି ଅନୁଷ୍ଠାନ ଗଜପତି ଜିଲ୍ଲା ର ଚନ୍ଦ୍ରଗିରି ଅଞ୍ଚଳରେ ବସତି ସ୍ଥାପନ କରିଥିବା ତିବତୀୟ ସରଣାର୍ଥୀ ଗୋଷ୍ଠୀ ବର୍ଗ ର ବ୍ୟକ୍ତି ବିଶେଷଙ୍କୁ ଏବଂ ଅନ୍ୟ ଜିଲ୍ଲାର ଗୋଷ୍ଠୀ ବର୍ଗ ଙ୍କୁ ମାଗଣା ରେ ଚକ୍ଷୁ ଚିକିତ୍ସା କରାଇବା ସହିତ ମାଗଣା ରେ ଔଷଧ ମଧ୍ୟ ବିତରଣ କରି ଆସୁଛନ୍ତି |

ଏହା ପ୍ରତ୍ୟେକ ଜିଲ୍ଲା ର ମାସର ନିର୍ଦ୍ଧିଷ୍ଟ ତାରିଖ ରେ ମାଗଣା ଚକ୍ଷୁ ପରୀକ୍ଷା କରାଯାଉଛି ବୋଲି ଶ୍ରୀ ବେହେରା ଆଜି ଉକ୍ତ ବୈଠକରେ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ନୈତ୍ରୀକା ଅନୁଷ୍ଠାନ ର ସମସ୍ତ ମହିଳା ଏବଂ ପୁରୁଷ ଷ୍ଟାଫମାନେ ସମ୍ପୂର୍ଣ ସହଯୋଗ କରିଥିଲେ ଏବଂ ଉପସ୍ଥିତି ବ୍ୟକ୍ତି ମାନଙ୍କ ନିମନ୍ତେ ଅନୁଷ୍ଠାନ ତରଫରୁ ଶେଷରେ ଉତ୍ତମ ଭୋଜନର ଆୟୋଜନ କରାଯାଇଥିଲା
ରିପୋର୍ଟ ପ୍ରସନ୍ନ କୁମାର ଦାସ
