You are currently viewing ବେଗୁନିଆପଡା ରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।
ବେଗୁନିଆପଡା ରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।

ବେଗୁନିଆପଡା (, ୩.୨.୨୦୨୪)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଉଦଯାପିନୀ ଦିବସରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଆଜିକାର ଉଦଯାପିନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମହେଶ୍ଵର ବରାଡ଼ ,ମୁଖ୍ୟ ବକ୍ତାଭାବେ ଡଃ ବିଜୟାନନ୍ଦ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ କବୟିତ୍ରୀ କଳ୍ପଲତା ମହାପାତ୍ର, ଧର୍ମେନ୍ଦ୍ର ମହାରଣା ଯୋଗ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅଭିମନ୍ୟୁ ସ୍ଵାଇଁ ସମେତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ । ଏଥିରେ ଅରୁଣ କୁମାର ରଥ, ଅଧ୍ୟାପକ ପ୍ରବିଣ କୁମାର ଖାଡ଼ଙ୍ଗା,କବିରାଜ ନାୟକ, ଅରୁଣ ମଣ୍ଡଳ,
ଅଧ୍ଯାପିକା ମମତା କୁମାରୀ ପାଢି, ସଂଗୀତା କୁମାରୀ ସାହୁ, ଜୋସ୍ନା ନାୟକ,ରୁଷି ନାଥ ଚର୍ଚ୍ଚି,ଡିଇଓ ରାଜେଶ ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଗତ ୨୫ତାରିଖ ଦିନ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।