You are currently viewing ବାଲିଆ ଠାରେ ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ |
ବାଲିଆ ଠାରେ ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ |

ପୁରୁଷୋତ୍ତମପୁର, ବ୍ଲକ ବାଲିଆ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ନୁଆଁ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରାଜ ଲକ୍ଷ୍ମୀ ବେହେରା, ଓ ସମିତି ସଭ୍ୟା ଶ୍ରୀମତୀ ଶାରଳା ବେହେରା ଙ୍କ ସଂଯୋଜନା ରେ ଆରମ୍ଭ କରା ଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ବିଡ଼ିଓ ମନୋଜ କୁମାର ନାୟକ, ଅତିରିକ୍ତ ବିଡ଼ିଓ ନିରାକାର ଜେନା,ଯୋଗ ଦେଇଥିଲା ବେଳେ, ସାମ୍ନାନୀତ ଅତିଥି ଭାବେ ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜକୁମାର ସାବତ , ବ୍ଲକ ଯେଇ ଦିଲ୍ଲୀପ କିଶାନ, ପିଇଓ ଜୟନ୍ତୀ ଶବର , ପ୍ରତାପୁର ସରପଞ୍ଚ ଦାଶ ବେଜେରା, ବ୍ଲକ ଯୁବ ବିଜେଡି ସଭାପତି ନୀଳମଣି ପଣ୍ଡା, କେ ଏନ ପୁର ପୂର୍ବତନ ସମିତି ସଭ୍ୟ ଏନ ବିଜୟ କୁମାରପ୍ରଧାନ, ସିମାଞ୍ଚଳ ନାହାକ ଯୋଗ ଦେଇ ଥିଲେ |

ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5ଟି ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ଦ୍ୱାରା ପ୍ରତେକ ପଞ୍ଚାୟତ କୁ ରାଜ୍ୟ ସରକାର ଙ୍କ ଦ୍ୱାରା 50 ଲକ୍ଷ ଟଙ୍କାର ଆର୍ଥିକ ରାଶି କୁ କେଉଁ ଭଳି ଭାବେ ପଞ୍ଚାୟତ ର ଉର୍ନ୍ନତିରେ ଲାଗି ପାରିବ ଏବଂ ପଞ୍ଚାୟତ ର ବହୁବିଧ କାର୍ଯ୍ୟ ସାଧିତ ହୋଇ ପାରିବ, ଏହା ଉପରେ ଉପସ୍ଥିତ ଅତିଥି ମାନେ ଏହା ଉପରେ ଉପସ୍ଥିତ ଲୋକମାନଙ୍କୁ ବୁଝାଇ ଥିଲେ | ପରେ ବହୁ ଶିଶୁ କଳାକାର ଙ୍କ ଦ୍ୱାରା ନୃତ୍ୟ ଗୀତ ଏବଂ ବହୁ ରଙ୍ଗା, ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ସମାଜ ସେବୀ, ଏନ ରାମଚନ୍ଦ୍ର ରେଡି ସଫଳ ତାର ସହିତ ସମ୍ପାଦନା କରିଥିଲା ବେଳେ ବହୁ ଗ୍ରାମ ବାସି ଏହି କାର୍ଯ୍ୟକ୍ରମ କୁ ସହଯୋଗ କରି ଥିଲେ |