You are currently viewing ଓ଼ମ ପ୍ରସାଦ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ କୃତିତ୍ତ୍ଵ ଲାଭ କଲେ
ଓ଼ମ ପ୍ରସାଦ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ କୃତିତ୍ତ୍ଵ ଲାଭ କଲେ

ବେଗୁନିଆପଡା (, ୫.୨.୨୦୨୪)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମୁଣ୍ଡୁଳା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ପଞ୍ଚମ ଶ୍ରେଣୀ ଛାତ୍ର ଓମ୍ ପ୍ରସାଦ ସାହୁ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ବେଗୁନିଆପଡା ବ୍ଲକ ରେ ବ୍ଳକ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରି କୃତିତ୍ତ୍ଵ ହାସଲ କରିଛନ୍ତି । ଓମ୍ ପ୍ରସାଦ ହେଉଅଛି ମୁଣ୍ଡୁଳା ଗ୍ରାମ ର ସନ୍ତୋଷ କୁମାର ସାହୁ ଏବଂ ମୀରା ସାହୁ ଙ୍କ ପୁତ୍ର ଅଟନ୍ତି । ଓମ୍ ପ୍ରସାଦ ଙ୍କ ଏହି କୃତିତ୍ଵ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି । ଏ ନେଇ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା ସମେତ ପିତା ମାତା, ପରିବାର ବର୍ଗ ଓ ବନ୍ଧୁ ପରିଜନ ମାନେ ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।