ଧରାକୋଟ ,11/2/24
ଧରାକୋଟ ବ୍ଲକ ଅନ୍ତର୍ଗତ ବରଡାଵିଲି ପଞ୍ଚାୟତ ର ପ୍ରତାପୂର ଗାଁ ପୋଖରୀରୁ ଆଜି ଏକ ବୃଦ୍ଧ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗାଁ ର ଦୀନବନ୍ଧୁ ବିଷୋୟୀ ଙ୍କ ପୁଅ
ନାମ ନୀଳମଣି ବିଷୋୟୀ ଗତକାଲି ମଧ୍ୟାହ୍ନ ଠାରୁ ନିଖୋଜ ଥିବା ବେଳେ ଘର ଲୋକେ ତାଙ୍କୁ ପାଇନଥିଲେ । ଆଜି ସକାଳ ନଅ ଘଣ୍ଟା ସମୟରେ ପୋଖରୀ ହିଡରେ ଜଣେ ବାଳିକା ଯାଉଥିବା ବେଳେ ଏକ ଶବର ଗୋଡ଼ ଅଂଶ ଭାସୁଥିବା ଦେଖି ଲୋକଙ୍କୁ ଜଣାଇବା ପରେ ବଡଗଡ ଥାନା ଓ ଧରାକୋଟ ତହସିଲଦାର ଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂହ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ପରେ ଏହା ନୀଳମଣି ବିଷୋୟୀ 65 ଙ୍କର ଶବ ବୋଲି ଜଣା ପଡିଥିଲା । ବଡଗଡ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣା ଯାଇଛି ।
ଗତକାଲି ଦିନ 12 ଘଣ୍ଟ ସମୟରୁ ନିଖୋଜ ଥିଲେ ଶୌଚ କରିବାକୁ ଆସି ପୋଖରୀ ରେ ଖସି ପଡ଼ିଥିଲେ
