You are currently viewing ଖଲ୍ଲିକୋଟ ଏନ ଏ ସି ତରଫରୁ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ
ଖଲ୍ଲିକୋଟ ଏନ ଏ ସି ତରଫରୁ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ

ଖଲ୍ଲିକୋଟ ; 19 /2 ସୋମବାର ଦିନ ଖଲ୍ଲିକୋଟ ଏନ ଏ ସି ତରଫରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମହା ସମାରୋହ ରେ ପାଳିତ ହୋଇ ଯାଇଛି |ଖଲ୍ଲିକୋଟ ସ୍ଥିତ କନକ ମଞ୍ଜରୀ କଲ୍ୟାଣ ମଣ୍ଡପ ପରିସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ମାଧ୍ୟମ ରେ ସହରାଞ୍ଚଳ ରେ ଥିବା ତୃଣମୂଳ ସ୍ତରର ଲୋକ

ସମେତ ମହିଳା ମାନେ ବିଶେଷ ଭାବେ ଉପକୃତ ହୋଇଥିବା ପ୍ରକାଶ କରି ସହର ର 10 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ବଣ୍ଟନ କରିଥିବା ବେଳେ 8 ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଏନ ଏ ସି ର 4 ଗୋଟି ୱାର୍ଡ ର 35 ଗୋଟି ଏସ ଏଚ ଜି ମାନଙ୍କ ର 350 ଜଣ ମହିଳା ସମେତ କୃଷି, ଉଦ୍ୟାନ କୃଷି, ସ୍ୱାସ୍ଥ୍ୟ, ଅଗ୍ନିଶମ ବିଭାଗ ଓ ଅଙ୍ଗନାୱାଡି ପ୍ରଭୃତି ସେମାନଙ୍କ ବିଭାଗୀୟ କର୍ମକର୍ତା ମାନେ ଯୋଗ ଦେଇ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରାଇଥିଲେ |

ଏ ଅବସର ରେ ମହିଳା ଏସ ଏଚ ଜି ମାନେ ବିଭିନ୍ନ ପାରମ୍ପରିକ ପିଠା ପଣା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ମାନ ସ୍ଥଳ ମାନଙ୍କ ରେ ପ୍ରଦର୍ଶିତ କରଥିଲେ | ଏନ ଏ ସି ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ କାଉ ନସିଲର ପ୍ରଦୀପ କୁମାର ପଟ୍ଟନାୟକ, ସୁଜାତା କୁମାରୀ ସାମନ୍ତ, ବଳରାମ

ବେହେରା,ଅଶୋକ ସେଠି, କାଳିଆ ପରିଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜାଗା ସଂଯୋଜକ ରାଜେଶ୍ୱର ପାତ୍ର, କାର୍ଯ୍ୟକ୍ରମ ସହାୟକ ସତ୍ୟନାରାୟଣ ପଣ୍ଡା, କନିଷ୍ଟ ଯନ୍ତ୍ରୀ ଶ୍ରୀମତୀ ହିସି ହଂସଦା, ହିସାବ ରକ୍ଷକ ଶ୍ରୀମତୀ ସ୍ମିତା ଶୁଭ ଦର୍ଶନୀ, ମୁକ୍ତା ପ୍ରକଳ୍ପ ସଂଯୋଜକ ଶ୍ରୀ ବିଧୁ ଭୂଷଣ ମହାଙ୍କୁଡ ଏବଂ ଶ୍ରୀ ଜଗନ୍ନାଥ ସାମଲ, ମୁକ୍ତା ଯନ୍ତ୍ରୀ ଶ୍ରୀ ରାକେଶ ଚନ୍ଦ୍ର ନାୟକ, ମୁକ୍ତ। ହିସାବ ରକ୍ଷକ ଶାନ୍ତିବାଳା ପାତ୍ର, ଏମ.ଆଇ.ସି ଶ୍ରୀ ହିମାଂଶୁ ଭୂଷଣ ମହାପାତ୍ର, ଟିକସ ଅସୁଲକାରୀ ଶ୍ରୀ ମହେଶ୍ୱର ପାତ୍ର, ଶ୍ରୀ ସଂଗ୍ରାମ କେଶରୀ ଛୋଟରାୟ, ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ବାରିକ ଏବଂ ରଞ୍ଜିତ କୁମାର ବେହେରା ଓ ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଏ ଅବସରରେ କୁନି କୁନି ପିଲାଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )