You are currently viewing ପ୍ରଜାପିତା ବ୍ରହ୍ମା କୁମାରୀଙ୍କ ଶିବ ସନ୍ଦେଶ ଶାନ୍ତି ଯାତ୍ରା
ପ୍ରଜାପିତା ବ୍ରହ୍ମା କୁମାରୀଙ୍କ ଶିବ ସନ୍ଦେଶ ଶାନ୍ତି ଯାତ୍ରା

ଧରାକୋଟ ,7/3/24
ଧରାକୋଟ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଉପସେବା କେନ୍ଦ୍ର ତରଫରୁ ଶିବ ବାବା ଙ୍କ ଅଠା ଅଶୀ ତମ ଜୟନ୍ତୀ ପାଳନ ମହା ସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ଆସିକା ଶାନ୍ତି ଶକ୍ତି ଭବନ ର ସଂଚାଳିକା ଭଉଣୀ ପ୍ରଭାତୀ ଯୋଗଦେଇ ଶିବ ଝଣ୍ଡା ଉତ୍ତୋଳନ କରିବା ସହ ଧରାକୋଟ ସ୍ଥିତ ବଡ ଦାଣ୍ଡ ଆଶ୍ରମରେ ପ୍ରଦୀପ ପ୍ରଜ୍ବଳନ କରି ଥିଲେ l ଏହା ପରେ ଶିବ ରଥ ସହ ସମସ୍ତ ଭାଇ, ଭଉଣୀ ଧରାକୋଟ ନଗର ପରିକ୍ରମା କରିବା ପରେ କାମ, କ୍ରୋଧ, ମୋହ, ଲୋଭ ଓ ଅହଙ୍କାର ଭଳି ପାଞ୍ଚ ବିକାର କୁ ତ୍ୟାଗ କରି ଜୀବନକୁ ଆନନ୍ଦମୟ କରିବା ପାଇଁ ଶପଥ ପାଠ କରାଇ ଥିଲେ l ଏଥିରେ ବ୍ରହ୍ମା କୁମାରୀ ସୁଜ୍ଞାନୀ, ଭାଗ୍ୟ ଲତା, ସୁମତି, ଶିବାନୀ ରଞ୍ଜିତା ଭଉଣୀ ଙ୍କ ସହ ବ୍ରହ୍ମା କୁମାର ରାଧାଶ୍ୟାମ, ଗଙ୍ଗାଧର, ମଙ୍ଗୁଳୁ, ପ୍ରଭାକର ଙ୍କ ସହ ଅନେକ ଭଉଣୀ ଭାଇ ସହଯୋଗ କରି ଥିଲେ ।