You are currently viewing ପାଟପୁର ବ୍ଲକ୍ ପରିସରରେ “ହର୍ ଘର୍ ତ୍ରିରଙ୍ଗା” ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପାଟପୁର ବ୍ଲକ୍ ପରିସରରେ “ହର୍ ଘର୍ ତ୍ରିରଙ୍ଗା” ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି , ୧୩/୦୮ -:- ଦେଶ ର ଆଜାଦି କା ଆମ୍ବୃତ୍ ମହୋତ୍ସବ ୭୮ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଆଜି ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ବିଶାଳ ରାଲୀ ରେ “ହର୍ ଘର୍ ତ୍ରିରଙ୍ଗା” ରାଲି ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ବିଜେପି ନେତା ଉତ୍ତମ ପାଣିଗ୍ରାହୀ ,ଜିଲ୍ଲା ଉପସଭାପତି ଏମ ଚିନ୍ମୟ ରେଡ୍ଡୀ,ମନୋଜ କୁମାର ସାହୁ,ସୁଦର୍ଶନ ଚୌଧୁରୀ,ବିଭୁ ରେଡ୍ଡୀ ପ୍ରଶାନ୍ତ ସ୍ବାଇଁ,ସୁକାନ୍ତ ଖୁଣ୍ଟିଆ,ନେହୁରି ଖୁଣ୍ଟିଆ,ମଣ୍ଡଳ ସଭାପତି ରଞ୍ଜିତ ପଣ୍ଡା,ଗୌତମ ରଣା,ବିଜେପି ର।ବହୁ କର୍ମୀ ଙ୍କସମେତ ଅନ୍ୟ ସମସ୍ତ ବ୍ଲକ ବିଭାଗୀୟ ଅଧିକାରୀ କର୍ମଚାରୀ, ଅଙ୍ଗନୱାଡି କର୍ମୀ ମିଶନ ଶକ୍ତି ମହିଳା,ସ୍କୁଲ ଛାତ୍ର ଛାତ୍ରୀ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ସୁପର

ଭାଇଜର, ସମସ୍ତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ବିଦ୍ୟାଳୟ ଗୁଡ଼ିକର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱେଛାକର୍ମୀମାନେରାଲି ରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତକା ଧରି ଦେଶାତ୍ମକବୋଧ ସ୍ଲୋଗାନ ଦେଇ ସାନଖେମୁଣ୍ଡି ବ୍ଲକ ରୁ ବାହାରି ପାଟପୁର,ମହାନଳା,ପରିକ୍ରମା କରି ପାଟପୁର ଗାନ୍ଧୀ ଛକ ଠାରେ ପହଞ୍ଚି ଜାତିର ପିତା ମାହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଜନସାଧାରଣ ଙ୍କୁ ସତେତନତା କରିବା ସହ ଘରେ ଘରେ ଜାତୀୟ ପତାକା ମାରିବା ପାଇଁ ବଣ୍ଟନ କରାଯାଇଥିଲା।